ରାସ୍ତା ପାଶ୍ୱର୍ରୁ ମାଟି ଖୋଳା ଯାଇ ନିର୍ମାଣ କରାଯାଉଛି ବର୍ମ ଞ୍ଚରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଶିଖର-ତିରୁଣା ରାସ୍ତା ସଂପ୍ରସାରଣ ଓ ପୁନଃ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜାନରେ ୩ କିମି ୭ ଶହ ମିଟର ରାସ୍ତା କାର୍ଯ୍ୟ କରାଯାଉଛି । ରାସ୍ତାର ଉଭୟ ପାଶ୍ୱର୍ ୧ମିଟର ଲେଖାଁଏ ସଂପ୍ରସାରଣ କରାଯାଉଥିବା ବେଳେ ରାସ୍ତାରେ ଡଷ୍ଟ ବିଛା ଯାଇଛି । ସୂଚନା ଫଳକ ତଥ୍ୟ ଅନୁସାରେ ଏହି ରାସ୍ତାରେ ୨କୋଟି ୫୮ଲକ୍ଷ ଟଙ୍କା ବ୍ୟୟ କରାଯିବ । ତତ୍‌ସହିତ ରାସ୍ତାର ଉଭୟ ପାଶ୍ୱର୍ରେ ବର୍ମ ଅର୍ଥାତ ପାଦ ଚଲା ରାସ୍ତା ନିର୍ମାଣ ପାଇଁ ୧୫ହଜାର ୯୬୩ ଘନ ମିଟର ଅର୍ଥାତ ୧୭୭୪ ଟ୍ରକ ମାଟି ପକାଯିବ । କିନ୍ତୁ ଉକ୍ତ ରାସ୍ତାର ତିରୁଣା ହାଇସ୍କୁଲ ନିକଟରୁ ଗଙ୍ଗଦା(ପାଇକସାହି) ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ମାଟିରେ ପାଦ ଚଲା ରାସ୍ତା ନିର୍ମାଣ କରାଯାଉଛି । କିନ୍ତୁ କାର୍ଯ୍ୟ କରୁଥିବା ଠିକାଦାର ରାସ୍ତା ପାଶ୍ୱର୍ରୁ ମାଟି ଉଠାଇ ରାସ୍ତାରେ ପକାଉ ଥିବାର ଦେଖିବାକୁ ମିଳିଛି । ରାସ୍ତା ପାଶ୍ୱର୍ରୁ ମାଟି ଉଠୁ ଥିବାରୁ ତାହା ଖାଲ ହୋଇଯାଉଛି । ଯାହାଫଳରେ ବର୍ଷା ହେଲେ ମାଟି ଧୋଇ ଯାଇ ପୁନର୍ବାର ରାସ୍ତା ପାଶ୍ୱର୍ ନଷ୍ଟ ହେବାର ସମ୍ଭାବନା ରହିଛି । ରାସ୍ତା ପାଶ୍ୱର୍ରୁ ମାଟି ଧୋଇ ଗଲେ କଂକ୍ରିଟ କିମ୍ବା ପିଚୁ ରାସ୍ତା ରେ ଭାରିଯାନ ଯିବା ଆସିବା କରିବା ଫଳରେ ରାସ୍ତା ଫାଟି ନିଷ୍ଟ ହେବାର ଆଶଙ୍କା ମଧ୍ୟ ରହିଛି । କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେବଳ ସେତିକି ନିହେଁ ଉକ୍ତ ରାସ୍ତାର ତିରୁଣା ଚାରିଛକ ଠାରୁ ପାଇକସାହି, ଡେରିକି ଠାରୁ ଶାଳିଜଙ୍ଗା ରାସ୍ତାରେ ଡଷ୍ଟ ବିଛାଯାଇଛି । ତିରୁଣା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ରାସ୍ତାରୁ ଡଷ୍ଟ ବୋହି ଯିବା ଫଳରେ ବଡ ବଡ ମେଟାଲ ବାହାରିଛି । ଏହି ରାସ୍ତା ଦେଇ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ସାଇକେଲ ନେବାକୁ ଅନେକ କଷ୍ଟ ହେଉଥିବା ବେଳେ ବାଇକ ଆରୋହୀମାନେ ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ସେହିପରି ଡଷ୍ଟ ବିଛା ଯାଇ ପାଣି ପକା ଯାଉ ନଥିବାରୁ ଗାଡି , ମଟର ଯିବା ସମୟରେ ଡଷ୍ଟ ଉଡି ରାସ୍ତା ସାରା ଧୂଳିମୟ ହେଉଥିବା ବେଳେ ପଥଚାରୀମାନେ ଅଣ ନିଶ୍ୱାସୀ ହୋଇଯାଉଛନ୍ତି । ଏହି ରାସ୍ତା ଦେଇ ତିରୁଣା, ଡାବର, ଡେରିକି, ଓଷକଣା ଆଦି ପଂଚାୟତର ଜନସାଧାରଣ ବିଭିନ୍ନ କାର୍ଯ୍ୟ ପାଇଁ ନିକଟସ୍ଥ ବ୍ୟାଙ୍କ ଅଫ ଇଣ୍ଡିଆ ଡେରିକି, ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶ୍ରୀ ଶ୍ରୀ ମଉଳା ଭଣଜା ମହାବିଦ୍ୟାଳୟ,ଗଙ୍ଗଦାହାଟ ଓ ବିଭିନ୍ନ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନେ ଯିବା ଆସିବା କରିଥାନ୍ତି । ତେଣୁ ଡଷ୍ଟ ଉଡିବା ଦ୍ୱାରା ଯାତାୟାତରେ ବାଧା ଉପୁଜୁଛି । ତେଣୁ ରାସ୍ତା ନିର୍ମାଣ ସମୟରେ ରାସ୍ତା ପାଶ୍ୱର୍ରୁ ମାଟି ନ ଉଠାଇବା ସହ ରାସ୍ତାରୁ ଉଡୁଥିବା ଡଷ୍ଟର ସ୍ଥାୟୀ ପ୍ରତିକାର କରିବା ପାଇଁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏବିଷୟରେ ବିଭାଗୀୟ ସହାକାରୀ ଯନ୍ତ୍ରୀ ଇଂ. ରମାକାନ୍ତ ମିଶ୍ରଙ୍କୁ ପଚାରିବାରେ ଉକ୍ତ କାର୍ଯ୍ୟର ତଦାରଖ କରାଯାଇ କାର୍ଯ୍ୟକୁ ଠିକ୍ ଭାବେ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ