ବାଲିଗୁଡାରେ କଂଗ୍ରେସର ସଂକ୍ରିତନ ସତ୍ୟାଗ୍ରହ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପ୍ରଦୀପ ପ୍ରଜ୍ୱଳନ ଓ ସତ୍ୟାଗ୍ରହ କାର୍ଯ୍ୟକ୍ରମ ବାଲିଗୁଡା କଂଗ୍ରେସ ଦଳ ତରଫରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ସକାଳ ୯ଟାରୁ୧୨ ପର୍ଯ୍ୟନ୍ତ କରିଛନ୍ତି । ଜଗତରନ୍ନାଥ ଜଗନ୍ନାଥଙ୍କ ମୁର୍ତ୍ତିରଖି ଧୁପଦୀପ ଜାଳି ମନ୍ଦରି ସମ୍ମୁଖରେ ବସିବା ସହ ସଂକ୍ରିତ୍ତନ କରିଥିଲେ । ଏଥିରେ ଦାବୀ ରଖିଥିଲେ ଯେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ଚାରିଦ୍ୱାର ଖୋଲାଯାଉ ,ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ଅଳଙ୍କାର ଗଣତି,ମଣତି ଓ ଭଣ୍ଡାର ଘର ମରାମତି କରାଯାଉଏବଂ ବେଦାନ୍ତ କମ୍ପାନୀ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥଙ୍କ ଅମୃତମଣୋହି ଜମି ଓ ଚାଷିଙ୍କ ଚାଷ ଜମିକୁ ତୁରନ୍ତ ଫେରସ୍ତ କରାଯାଉ ।ଏଥିରେ ପୁର୍ବତନ ସାଂସଦ ପ୍ରାର୍ଥୀ ମନୋଜ କୁମାର ଆଚାର୍ଯ୍ୟ,ବାଲିଗୁଡା ନଗରସଭାପତି ସପ୍ନେଶ୍ୱର ସାହୁ,ବ୍ଲକ ସଭାପତି ଆଇବର ନାୟକ,ପୁର୍ବତନ ବ୍ଲକ ଅଧକ୍ଷ ବଳରାମ ଦୋରା,ସିତାରାମ ପଣ୍ଡା,ପୁର୍ବତନ ସରପଂଚ ରବିଚନ୍ଦ୍ର ପାତ୍ର,ଉପେନ୍ଦ୍ର ପ୍ରଧାନ,କାଉଁସିଲର ଅଜୟ ଦିଗାଳଓ ଆଲୋକ ନାୟକ, ,ଶିବରାମ ପ୍ରଧାନ.ଟୁଟୁ ଆଚାରୀ ସମେତଅନେକ କର୍ମିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ।