ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ ଶୋଭାଯାତ୍ରା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ଜଜଙ୍କ ନିର୍ଦେଶ କ୍ରମେ ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ ‌ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାକୁ ଜିଲା ସ୍ପେସାଲ ଜଜ୍ ତଥା ଭିଜିଲାନ୍ସ ଜଜ୍ ସମର ବିଳାସ ବେହେରା ପତାକା‌ ଦେଖାଇ ଶୁଭାରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଚାରପତି ଦେବୀ ଦତ୍ତ ମହାପାତ୍ର, ସଇକତ ପାତ୍ର, ସଞ୍ଜିତ କୁମାର ବେହେରା ସମେତ ବରିଷ୍ଠ ଆଇନଜୀବୀ ବିଜୟ ମହାନ୍ତି, ହରିଶ୍ଚନ୍ଦ୍ର ମହାରଣା, ବୀଣାପାଣି ପ୍ରଧାନ, ଆଇନ ଜୀବୀ ସଙ୍ଘର ସଭାପତି ଭଗବାନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ବିଶେଷ ଭାବରେ ଆଇନ ସେବା ସହାୟତା କିପରି ସମସ୍ତଙ୍କ ନିକଟରେ ପହଞ୍ଚିବ ଏବଂ ଏହାର ସଦୁପଯୋଗ ହୋଇ ପାରିବ ସେଥିନେଇ ସଚେତନତା ସୃଷ୍ଟି କରାଯାଇ ଥିଲା। ଶୋଭାଯାତ୍ରା ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ