କୁକୁଡାଖଣ୍ଡି କଂଗ୍ରେସ ତରଫରୁ ଜଗନ୍ନାଥ ମନ୍ଦିର ସମୁଖରେ ସଂକୀର୍ତନ ସତ୍ୟାଗ୍ରହ
କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):କଂଗ୍ରେସ ର ପିସିସି ସଭାପତି ଶରତ ପଟନାୟକ ଙ୍କ ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନା ଙ୍କ ନିର୍ଦେଶ ପ୍ରକାରେ କୁକୁଡାଖଣ୍ଡି ବ୍ଲକ ସଭାପତି ପି. ଶିବ ପ୍ରସାଦ ଦୋରା ଙ୍କ ନେତୃତ୍ୱ ରେ କଂଗ୍ରେସ ଦଳ ତରଫରୁ କୁକୁଡାଖଣ୍ଡି ଜଗନ୍ନାଥ ମନ୍ଦିର ସମୁଖରେ ସଂକୀର୍ତନ ସତ୍ୟାଗ୍ରହ କରାଯାଇଥିଲା ! କୁକୁଡାଖଣ୍ଡି ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଦୋରା ଭକ୍ତ ମାନଙ୍କ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ଚାରି ଦ୍ୱାର ଖୋଲିବା ,ରତ୍ନ ଭଣ୍ଡାରର ଯାହା ଅଛି ତାହା ଲୋକ ଲୋଚନ କୁ ଆଣିବା , କଥା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଙ୍କ ଉପରେ ବର୍ଷିଥିଲେ ! ଏ ଅବସର ରେ 8ନଂ ଜୋନ ର ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ବୃନ୍ଦାବନ ଖଟେଇ ,ସମୀର ପଟନାୟକ, ଅଦଲ ଭରତ , ଅଙ୍କୁଶପୁର ପୂର୍ବତନ ସରପଞ୍ଚ ଇ ନାଗେଶ୍ୱର ରାଓ ,ଡ଼େଙ୍ଗାପଦାର ସୁଶାନ୍ତ ପାଣି, ଅଜିତ ନାୟକ , ବଉଳଝୋଳି ର କୈଳାସ ବରଡ଼ ରାମଚନ୍ଦ୍ର ପୁର ର ଇନ୍ଦ୍ର ଦାସ ସମେତ ବ୍ଲକ ର ବହୁ କଂଗ୍ରେସ କର୍ମୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ !