ବ୍ରହ୍ମପୁର ସାମ୍ବାଦିକ ମାନଙ୍କ ସକାଶେ ଭୋଟର ସଂକ୍ଷିପ୍ତ ସ୍ଵତନ୍ତ୍ର ସଂଶୋଧନ ଶିବିର

ବ୍ରହ୍ମପୁର, (ଅନିଲ କୁମାର):ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ତରଫରୁ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣୀ ଙ୍କ ତତ୍ତ୍ଵାବଧାନରେ ଆଜି ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ ବ୍ରହ୍ମପୁର ର ସାମ୍ବାଦିକ ମାନଙ୍କ ସକାଶେ ଭୋଟର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଆଜି ତା ୦୯.୧୧.୨୦୨୩ରିଖ ଏବଂ ତା ୧୦.୧୧.୨୦୨୩ରିଖ ଦୁଇ ଦିନ ଚାଲୁ ରହିବ l ଏହି କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ବ୍ରହ୍ମପୁର ଉପଖଣ୍ଡ ର ସାମ୍ବାଦିକ ଏବଂ ସାମ୍ବାଦିକ ଙ୍କ ପରିବାର ଭୋଟର ତାଲିକାରେ ନିଜ ନାମ ସଂଯୋଗ, ସଂଶୋଧନ ଓ ବିଲୋପ କରିପାରିବେ ଏବଂ ଏକ ଭୋଟର ଭାବେ ଭୋଟ ଦେଇପାରିବେ l ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିର୍ଦ୍ଧେଶ କ୍ରମେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪କୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ବିଭିନ୍ନ ସଙ୍ଗଠନ ର ଅଣ ନାମୀ ନାଗରିକଙ୍କୁ ଏକ ସ୍ବତନ୍ତ୍ର କ୍ୟାମ୍ପ କରି ଏକ ଭୋଟର ଭାବେ ଭୋଟ ଦେଇପାରିବେ ବୋଲି ଗୁରୁତ୍ୱାରୋପ କରିଛନ୍ତି l ଏଣୁ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ ସମସ୍ତ ସାମ୍ବାଦିକ ମାନଙ୍କୁ ନେଇ BLO ଓ BLO superviser ଙ୍କ ସହାୟତା ରେ ଏକ ସଂକ୍ଷିପ୍ତ ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ସାମ୍ବାଦିକ ମାନେ voter help line AAP ମାଧ୍ୟମରେ ନିଜର ଏବଂ ନିଜ ପରିବାରର ଯୋଗ୍ୟ ଭୋଟର ମାନଙ୍କ ନାମ ସଂଯୋଗ ଓ ସଂଶୋଧନ କରିଥିଲେ । ଫର୍ମ ୬, ଫର୍ମ ୭, ଓ ଫର୍ମ ୮ ବିଷୟରେ ବୁଝିଥିଲେ l ଆଜି ୨୬ଜଣ ସାମ୍ବାଦିକ ଭୋଟର ତାଲିକା ର ସଂଶୋଧନ କରିଥିଲେ l ଏହି କାର୍ଯ୍ୟକ୍ରମ ଆସନ୍ତା କାଲି ମଧ୍ୟ ୧୧ ଘଣ୍ଟା ରୁ ୨ଘଣ୍ଟା ଯାଏଁ କାର୍ଯ୍ୟକାରୀ ହେବ l ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶା ଚଳିତ ବର୍ଷ ଭୋଟର ତାଲିକାରେ ନାମ ସଂଯୋଗ , ସଂଶୋଧନ ଓ ବିଲୋପ ନିମନ୍ତେ ତା ୨୭.୧୦.୨୦୨୩ରିଖ ଠାରୁ ଆରମ୍ଭ ହୋଇ ତା ୦୯.୧୨.୨୦୨୩ରିଖ ପଯ୍ୟନ୍ତ ଚାଲୁ ରହିବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ