ଆମ ଓଡ଼ିଶା ନବୀନ ଓଡ଼ିଶା ଗାଁ ପଞ୍ଚାୟତ ଗ୍ରାମସଭା ପ୍ରସ୍ତାବିତ ଯୋଜନା କୁ ପ୍ରତ୍ୟାଖ୍ୟାନ

କେସିଙ୍ଗା, (ମାଧବସାହୁ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଆମ ଓଡିଶା ନବୀନ ଓଡିଶା ଯୋଜନାର ପ୍ରସ୍ତୁତ (ଆକ୍ସନ ପ୍ଲାନ୍) କରିବା ପାଇଁ କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତକୁ ବିଡିଓ ପତ୍ର କରିଥିଲେ । ଏହାକୁ ନେଇ ଦେଓଗାଁ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ପିଇଓ,ଜିଆର ଏସ୍,ସମସ୍ତ ଓ୍ଵାର୍ଡ ସଭ୍ୟ/ସଭ୍ୟା ତଥା ପଞ୍ଚାୟତର ୪ଖଣ୍ଡ ଗାଁ ଦେଓଗାଁ, ଜାମଜୋର,ମହଗାଁ,ମାଟିଆ ର ଭଦ୍ରବ୍ୟକ୍ତିଙ୍କୁ ନେଇ ବୈଠକ କରାଯାଇଥିଲା । ଆମ ଓଡିଶା ନବୀନ ଓଡିଶା ରେ ପଞ୍ଚାୟତକୁ ପ୍ରାପ୍ତ ହେବାକୁ ଥିବା ଅର୍ଥର ଖର୍ଚ୍ଚ ତାଲିକା ଗ୍ରାମସଭା ମାଧ୍ୟମରେ ପ୍ରସ୍ତୁତ କରାଯାଇ ସର୍ବସମ୍ମତିକ୍ରମେ ଏହାକୁ ପାରିତ କରାଯାଇ ବିଡିଓଙ୍କୁ ଦିଆ ଯାଇଥିଲା । ଯେଉଁ ପ୍ରସ୍ତାବରେ ଦେଓଗାଁ ପଞ୍ଚାୟତର ୪ଖଣ୍ଡ ଗାଁ ଦେଓଗାଁ, ଜାମଜୋର,ମାଟିଆ,ମହଗାଁ କୁ ସମାନ ଭାବରେ ୧୨ ଲକ୍ଷ ୫୦ ହଜାର ଲେଖାଏଁ ବଣ୍ଟନ କରାଯାଇଥିଲା ଓ ଏହାକୁ ନେଇ ଦେଓଗାଁ ପଞ୍ଚାୟତର ସମସ୍ତ ଗାଁର ଗ୍ରାମବାସୀ ଖୁସି ବ୍ୟକ୍ତ କରୁଥିଲେ । ହେଲେ ଦୁଃଖ ଓ ପରିତାପର ବିଷୟ ଦେଓଗାଁ ପଞ୍ଚାୟତ ଗ୍ରାମସଭାରେ ପାରିତ ପ୍ରସ୍ତାବକୁ ଅଣଦେଖା କରି ଦେଓଗାଁ ପଞ୍ଚାୟତ ପ୍ରତି ହୀନ ଚକ୍ରାନ୍ତ କରି ପ୍ରେରିତ ପଞ୍ଚାୟତର ଆକ୍ସନ ପ୍ଲାନ୍ କୁ ଓଲଟପାଲଟ କରାଯାଇଛି ।ଖୋଦ୍ ଦେଓଗାଁ କୁ ୮ଟି ପ୍ରୋଜେକ୍ଟ ପାଇଁ ୩୬ ଲକ୍ଷ ପ୍ରଦାନ କରାଯାଇଥିବା ବେଳେ , ମାଟିଆ ଗାଁକୁ ଗୋଟିଏ ପ୍ରୋଜେକ୍ଟ ବାବଦକୁ ୪ ଲକ୍ଷ,ଜାମଜୋର ଗାଁକୁ ଗୋଟିଏ ପ୍ରୋଜେକ୍ଟ ପାଇଁ ୬ ଲକ୍ଷ ଓ ମହଗାଁ ପାଇଁ ଗୋଟିଏ ପ୍ରୋଜେକ୍ଟ ବାବଦକୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଯାହାକୁ ନେଇ ମାଟିଆ,ଜାମଜୋର୍ ମହଗାଁ ବାସିନ୍ଦା ଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଵା ସହ ଅଶାନ୍ତି ର ବାତଵରଣ ସୃଷ୍ଟି ହୋଇଛି । ସମାନ ଭାବେ ପ୍ରୋଜେକ୍ଟ ପ୍ରସ୍ତୁତ କରାଯାଇ ସମସ୍ତ ଗାଁ କୁ ସମାନ ଅନୁଦାନ ଦିଆଯାଇଥିବା ବେଳେ ଏହାକୁ ଓଲଟପାଲଟ କରିବାରେ କାହାର ହାତ ଅଛି ତାହା ଏଵେ ଅସନ୍ତୁଷ୍ଟ ଗ୍ରାମବାସୀ ମାନେ ଜାଣିବାକୁ ଚାହୁଁଛନ୍ତି । ଅଭିଯୋଗକାରୀ ଗ୍ରାମବାସୀ ମାନେ ଏହାକୁ ନେଇ ଅସନ୍ତୋଷର ତୁମ୍ବୀତୋଫାନ କରୁଛନ୍ତି । ସରକାରୀ ଚିଠିକୁ ନେଇ ପଞ୍ଚାୟତ ଗ୍ରାମସଭା ମାଧ୍ୟମରେ ଯୋଜନା ପ୍ରସ୍ତୁତ କରିଥିଲା ତାହା ପୁଣି ସମସ୍ତଙ୍କ ଉପସ୍ଥିତିରେ । ଅଥଚ କେଉଁ କାରଣରୁ ଏହାକୁ ଚାପି ଦେଇ ନିଜ ମନମୁତାବକ ଅର୍ଥ ବଣ୍ଟନ କରାଯାଇଛି ବୋଲି ଚର୍ଚ୍ଚା ଜୋର୍ ଧରିଛି । ଆଗକୁ ନିର୍ବାଚନ ଅଛି ତୁରନ୍ତ ଏହି ଅନୁଦାନକୁ ପୁନଃ ସଂଶୋଧନ କରି ଦେଓଗାଁ ପଞ୍ଚାୟତ ର ପ୍ରସ୍ତାବିତ ଆକ୍ସନ ପ୍ଲାନ ଅନୁଯାୟୀ ଅର୍ଥ ବଣ୍ଟନ କରାନଗଲେ ପରିସ୍ଥିତି ସରକାରଙ୍କୁ ହିଁ ଭୋଗିବାକୁ ପଡିବ ବୋଲି ଅସନ୍ତୁଷ୍ଟ ଗ୍ରାମବାସୀ ପ୍ରକାଶ କରିଛନ୍ତି । ଅତି ଶୀଘ୍ର ଏହାର ସମାଧାନ କର ନଚେତ ନିର୍ବାଚନ ପ୍ରଚାର ସମୟରେ ସରକାରୀ ଦଳକୁ ଆମେ ସମ୍ନା କରିବୁ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ