କରଞ୍ଜିଆ କଂଗ୍ରେସ ର ସଂକୀର୍ତନ ସତ୍ୟାଗ୍ରହ ଅନୁଷ୍ଠିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଙ୍କ ଡାକରା କ୍ରମେ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ର କରଞ୍ଜିଆ ଓ ଠାକୁରମୁଣ୍ଡା ଠାରେ କୀର୍ତନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି କରଞ୍ଜିଆ ଠାରେ ବରିଷ୍ଠ କଂଗ୍ରେସ ନେତା ଭୁବନ ବିହାରୀ ସାହୁ ଙ୍କ ନେତୃତ୍ୱ ରେ କରଞ୍ଜିଆ ନଗର ସଭାପତି ଲାଲନ ସିଂହାଁ, ଧରଣୀଧର ମହାନ୍ତ,ଯୁବ କଂଗ୍ରେସ ସଭାପତି ରାହୁଲ ସିନ୍ହା,ସଂଯୋଜକ ଜାକିର ହୁସେନ,ମହିଳା ନେତ୍ରୀ ଗୋଲାପ ମଞ୍ଜରୀ ସୋରେନ, ବ୍ଲକ କଂଗ୍ରେସ ସଭାପତି ନିର୍ମଳ ସେଠୀ, ଛୋଟରାୟ ନାଏକ,ଘନଶ୍ୟାମ ମହାନ୍ତ,ସମେତ ଶତାଧିକ କଂଗ୍ରେସ କର୍ମୀ ଆଜି ଦିନ ୧୨ଟା ଯାଏଁ କରଞ୍ଜିଆ ଜଗନ୍ନାଥ ମନ୍ଦିର ସାମ୍ନାରେ ଦୀପ ଜାଳିବା ସହ ଘଣ୍ଟ ଘଣ୍ଟା ବଜାଇ ସଂକୀର୍ତନ ସତ୍ୟାଗ୍ରହ କରିଥିଲେ ।ସେହିପରି ଠାକୁରମୁଣ୍ଡା ବ୍ଲକ କଂଗ୍ରେସ ସଭାପତି ରବୀନ୍ଦ୍ର ତ୍ରିପାଠୀ ଙ୍କ ନେତୃତ୍ୱ ରେ ଠାକୁରମୁଣ୍ଡା ଜଗନ୍ନାଥ ମନ୍ଦିର ସମ୍ମୁଖରେ ସଂକୀର୍ତନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି ଶ୍ରୀମନ୍ଦିର ୪ ଦ୍ବାର ଖୋଲିବା ଦାବିରେ କଂଗ୍ରେସ ପକ୍ଷରୁ ଏପରି ପ୍ରତିବାଦ କରାଯାଇଥିଲା । ଗତ ୧୬ ତାରିଖ ଦିନ ରାଜ୍ୟ କଂଗ୍ରେସ ପକ୍ଷରୁ ପୁରୀରେ ଶ୍ରୀମନ୍ଦିର ୪ ଦ୍ବାର ଖୋଲିବା, ରନ୍ ଭଣ୍ଡାର ମରାମତି ଆଦି ଦାବିରେ ଆନ୍ଦୋଳନ କରାଯାଇଥିଲା। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଦାବି ପତ୍ର ଦେଇଥଲେ । ୨୮ ତାରିଖ ଭିତରେ ଏନେଇ ପଦକ୍ଷେପ ନେବାକୁ କଂଗ୍ରେସ ପକ୍ଷରୁ କୁହାଯାଇଥିଲା । ହେଲେ କଣ୍ଠ ପୁରିଥିଲେ ମଧ୍ୟ ଦାବି ପୂରଣ ହୋଇନଥିବାରୁ ଆଜି ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିରରେ ସଂକୀର୍ତନ ସତ୍ୟାଗ୍ରହ କରିଥିଲା ଦଳ ।