ପାରଳା ପୋଲିସର ତତ୍ପରତା ୫ ଲକ୍ଷ ଟଙ୍କାର ନକଲି ତମାଖୁ ସହ ଟ୍ରକ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଆଦର୍ଶ ଥାନା ପ୍ରଶାନ୍ତ କୁମାର ଭୂପତି ଥାନା ଅଧିକାରୀ ଭାବେ ଯୋଗ ଦେବା ପର ଠାରୁ ପୋଲିସର ଦକ୍ଷତା ଓ ତତ୍ପରତା ବେଶ ଲକ୍ଷ୍ୟ କରାଯାଇଛି.ପୋଲିସ ପକ୍ଷରୁ ପେଟ୍ରୋଲି ବ୍ୟବସ୍ଥାକୁ କଡାକଡ଼ି କରାଯିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ସହ ଯାନ ବାହାନାର ତନଖି ଆଦି ଲାଗି ରହିଛି. ପୋଲିସ ଏଭଳି ଭାବେ କାର୍ଯ୍ୟକ୍ରମ ଜାରି ରଖିଥିବାବେଳେ ୫ ଲକ୍ଷ ଟଙ୍କାର ନକଲି ତମାଖୁ ବୋଝଇ ଯାଉଥିବା ଏକ ଟ୍ରକକୁ ଜବତ କରାଯାଇଛି. ଘଟଣାରୁ ପ୍ରକାଶ, ଗତ ୩ ତାରିଖ ଦିନ ପାରଳା ପୋଲିସ ଦ୍ୱାରା ୯୯ ବସ୍ତା ବିପୁଳ ପରିମାଣର ନକଲି ତମାଖୁକୁ ପୋଲିସ ରାଣୀପେଣ୍ଠ ଛକ ନିକଟରୁ ଜବତ କରିଥିଲେ. ପାରଳାଖେମୁଣ୍ଡି ପୋଲିସ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି, ବ୍ରହ୍ମପୁରରୁ ଟ୍ରକ ଯୋଗେ ଏହି ୯୯ ବସ୍ତା ତମାଖୁ ଚାଲାଣ ହେଉଥିଲା. ଟ୍ରକରେ ୯୯ ବସ୍ତା ପ୍ରାୟ ୫ ଲକ୍ଷ ଟଙ୍କାର ରକେଟ ବ୍ରାଣ୍ଡର ତମାଖୁ ସହ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରାଯାଇଥିଲା. ଏଥିରେ କୌଣସି ଦସ୍ତାବିଜ ଦାଖଲ ନ ହେବାରୁ ଟ୍ରକ ସହ ୯୯ ବସ୍ତା ତମାଖୁକୁ ଜବତ କରାଯାଇ ତଦନ୍ତ କରାଯାଇଥିଲା.କେହି ଦାବିଦାର ନଥିଲେ । ପରବର୍ତ୍ତୀ ସମୟରେ ଶ୍ରୀ ଉଦ୍ୟୋଗ କମ୍ପାନୀ ରକେଟ ତମାଖୁ ତିଆରି କରୁଥିବା ପୋଲିସ ଜାଣିପାରି ସମ୍ପୃକ୍ତ କମ୍ପାନୀ ମାଲିକଙ୍କ ସହ ଯୋଗାଯୋଗ କରି ତଦନ୍ତ କରାଯାଇଥିଲା. ଏଥିରେ କମ୍ପାନୀର ମାଲିକ ପାରଳାଖେମୁଣ୍ଡି ଆସି ଜବତ ହୋଇଥିବା ତମାଖୁକୁ ତନଖି କରି ପୋଲିସକୁ ଜଣାଇଥିଲେ ଏଗୁଡିକ ସମ୍ପୂର୍ଣ ନକଲି ଅଟେ. ଏହାଛାଡ ଗଜପତି ଅଞ୍ଚଳରେ ତାଙ୍କର ରକେଟ ମାର୍କ ଖଇନି ବିକ୍ରି ପାଇଁ କାହାକୁ ଦିଆଯାଇନାହିଁ. କିମ୍ବା କେବେବି ଗଜପତି ଅଞ୍ଚଳକୁ ରକେଟ ମାର୍କ ଖଇନି ପଠା ଯାଉନାହିଁ. କମ୍ପାନୀର ସୁନାମ ଏବଂ ରକେଟ ଖଇନିର ଲୋକପ୍ରିୟତାକୁ ନେଇ ଅସାଧୁ ଚୋରା ବେପାରୀ ଏପରି ନକଲି ତମାଖୁ ତିଆରି କରି ଚୋରା ବ୍ୟବସାୟ ଚଳାଇଛନ୍ତି. ଯାହାକି କମ୍ପାନୀର କ୍ଷତି ହେଉଛି. ତେଣୁ ସମ୍ପୃକ୍ତ ଚୋରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାରଳା ଥାନାରେ ସମ୍ପୃକ୍ତ ମାଲିକ ଲିଖିତ ଅଭିଯୋଗ କରିଥିଲେ. ପୋଲିସ ଅଭିଯୋଗ ପାଇବା ପରେ ଜବତ ଗଞ୍ଜେଇ ନକଲି ବୋଲି ନିର୍ଧାରଣ କରି ମାମଲା ରୁଜୁ କରିବା ସହ ଏଥିରେ ସମ୍ପୃକ୍ତ ଚୋରା ରକେଟକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ଥାନାଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି.