ଜାତୀୟ ଆଇନ ସେବା ଦିବସ ପାଳନ ଉପଲକ୍ଷେ ସଚେତନତା ଶିବିର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ କଟକ ଏବଂ ମାନ୍ୟବର ଜିଲ୍ଲା ଦୌରlଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟ’ଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ ସେରଙ୍ଗ ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସର’ରେ ଜିଲ୍ଲା ଆଇନାସେବା ପ୍ରାଧିକରଣ ପକ୍ଷ’ରୁ ଜାତୀୟ ଆଇନସେବା ଦିବସ ପାଳନ ଉପଲକ୍ଷେ ଏକ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ’ରେ ମୁଖ୍ୟଅତିଥି ଭାବେ ପ୍ରାଧିକରଣ’ର ସଚିବ ଶ୍ରୀ ରବି ନାରାୟଣ ବେହେରା ଯୋଗ ଦେଇ ଦିବସ ପାଳନ’ର ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ସମ୍ପର୍କରେ କହି ସଚେତନ କରାଇବା ସହ ଆଇନସେବା ପ୍ରାଧିକରଣ ଧାରା ୧୯୮୭ , ଲୋକ ଅଦାଲତ , ମଧ୍ୟସ୍ଥତା , ସ୍ଥାୟୀ ଲୋକ ଅଦାଲତ ଏବଂ ନ୍ୟାୟ ସଂଯୋଗ ବିଷୟରେ ଉପସ୍ଥିତ ଜନସାଧାରଣ ମାନଙ୍କୁ ବୁଝାଇ ସଚେତନ କରାଇ ଥିଲେ ।ଏହି ଅବସର’ରେ “ନେସନାଲ ଲିଗାଲ ଏଡ୍” ହେଲ୍ପ ନଂ- ୧୫୧୦୦ ର ବ୍ୟବହାର ଏବଂ ତାର ଉପକାରିତା ସମ୍ପର୍କରେ ସମସ୍ତ’ଙ୍କୁ ସଚେତନ କରାଇ ଥିଲେ ।ଏହି କାର୍ଯ୍ୟକ୍ରମ’ରେ ଅନ୍ୟ ଉପସ୍ଥିତ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ସେରଙ୍ଗ ଥାନା’ର ଥାନାଧିକାରୀ ଶ୍ରୀ ଅଶୋକ କୁମାର ହାଁସଦା , ଗୁମ୍ମା ବ୍ଲକ’ର ସିଡିପିଓ: ଶ୍ରୀମତୀ ପୁଷ୍ପାଞ୍ଜଳୀ ସାହୁ , ଆଇନଜୀବୀ ଶ୍ରୀ ଜିତେନ୍ଦ୍ର ପଟନାୟକ , ସେରଙ୍ଗ ପଞ୍ଚାୟତ ସୁପରଭାଇଜର ଶ୍ରୀମତୀ ମାଧୁରୀ ପାଣିଗ୍ରାହି ଏବଂ ପାରା ଲିଗାଲ ସ୍ୱେଚ୍ଛାସେବୀ ଶ୍ରୀମତୀ ଶଶିରେଖା ବିଶୋଇ ପ୍ରମୁଖ ଯୋଗ ଦେଇଥିଲେ ।ଶେଷରେ ଏହି କାର୍ଯ୍ୟକ୍ରମ ଅବସର’ରେ ପଞ୍ଚାୟତ କାର୍ଯ୍ୟାଳୟ ପରିସର’ରୁ ମହିଳା ମାନଙ୍କୁ ନେଇ ଆଇନ ସଚେତନତା ଉପରେ ଏକ ବିରାଟ ଶୋଭାଯାତ୍ରା ବାହାରି ବଜାର ଓ ଗ୍ରାମ ପରିକ୍ରମା କରିବା ସହ ପ୍ରାଧିକରଣ ପକ୍ଷ’ରୁ ନିଆ ଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଇ ଥିଲେ ।ଏହି ସମସ୍ତ କାର୍ଯ୍ୟକ୍ରମ’କୁ ଜିଲ୍ଲା ଆଇନସେବା ପ୍ରାଧିକରଣ’ର କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ