ପାରଳା ନଗର କଂଗ୍ରେସ କମିଟି ପକ୍ଷ’ରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଂକୀର୍ତ୍ତନ ସତ୍ୟାଗ୍ରହ ପାଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ କୁମାର ପଟ୍ଟନାୟକ’ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳ ୯ ଘଣ୍ଟା ଠାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ , ପାରଳାଖେମୁଣ୍ଡି ସହର’ର ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖ ତଥା ରାଜଦାଣ୍ଡ ଉପରେ ଆଜି ସତ୍ୟାଗ୍ରହ ସଂକୀର୍ତ୍ତନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ର ମୂଖ୍ୟ ଉଦ୍ଦେଶ୍ୟ ହେଲା ଯେ , ପୁରୀ ସ୍ଥିତ ଶ୍ରୀଜଗନ୍ନାଥ’ଙ୍କ ମନ୍ଦିର’ର ଚାରିଦ୍ବାର ଖୋଲିବା , ରତ୍ନଭଣ୍ଡାର ଗଣତି-ମଣତି , ମରାମତି ଏବଂ ବେଦାନ୍ତ କମ୍ପାନୀ ଦ୍ଵାରା ଅଧିଗ୍ରହଣ କରା ଯାଇଥିବା ଦ୍ବାର ଶ୍ରୀ ଜଗନ୍ନାଥ’ଙ୍କ ଅମୃତ ମଣୋହି ଜମି ଓ ଚାଷୀ ଚାଷ ଜମି ଫେରସ୍ତ କରିବା ଦାବିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ମୁଖ୍ୟ ଆଭିମୁଖ୍ୟ ।ନଗର କଂଗ୍ରେସ କମିଟି ପକ୍ଷରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଜଗନ୍ନାଥ ମନ୍ଦିର ସମ୍ମୁଖରେ ସଙ୍କୀର୍ତ୍ତନ ସତ୍ୟାଗ୍ରହ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଅନୁରୂପ ଭାବେ ଏହିଭଳି କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ର ସମସ୍ତ ବ୍ଲକ୍ ରେ ଥିବା ଜଗନ୍ନାଥ ମନ୍ଦିର ନିକଟରେ ସଂକୀର୍ତ୍ତନ ସତ୍ୟାଗ୍ରହ କାର୍ଯ୍ୟକ୍ରମ ପାଳନ କରା ଯାଇଥିଲା ।ଉପରୋକ୍ତ ଏଭଳି ସଂକୀର୍ତ୍ତନ ସତ୍ୟାଗ୍ରହ କାର୍ଯ୍ୟକ୍ରମ , ଜିଲ୍ଲା’ର ମୋହନା ବ୍ଲକ ସମେତ ନୁଆଗଡ , ଆର୍ ଉଦୟଗିରି , ରାୟଗଡ଼ା ଏବଂ କାଶୀନଗର ବ୍ଲକ ସମେତ ପାରଳଖେମୁଣ୍ଡି ପୈାର-ପରିଷଦ’ର ଜଗନ୍ନାଥ ମନ୍ଦିର ନିକଟରେ ଏହି କାର୍ଯ୍ୟକ୍ରମ କଂଗ୍ରେସ ଦଳ ପକ୍ଷ’ରୁ ଆୟୋଜିତ କରା ଯାଇଥିଲା । ଏଥିରେ ପାରଳଖେମୁଣ୍ଡି ସହର’ର ସମସ୍ତ ମଠ ମନ୍ଦିର ତଥା ସାମୁଟିଆ ସାହି କୀର୍ତ୍ତନ ମଣ୍ଡଳୀ , କଣ୍ଡରା ସାହି କୀର୍ତ୍ତନ ମଣ୍ଡଳୀ , ଶ୍ରୀ କରଣ ସାହି କୀର୍ତ୍ତନ ମଣ୍ଡଳୀ , ବଡ଼ ରାଧାକାନ୍ତ ମଠ’ର କୀର୍ତ୍ତନ ମଣ୍ଡଳୀ , ଜଗନ୍ନାଥ ମନ୍ଦିର’ର କୀର୍ତ୍ତନ ମଣ୍ଡଳୀ ଏବଂ ସହର’ର ଅନ୍ୟାନ୍ୟ କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ହରିନାମ ସଂକୀର୍ତ୍ତନ ଗାନ କରା ଯାଇଥିଲା ।ଏହି ସମସ୍ତ କୀର୍ତ୍ତନ ମଣ୍ଡଳୀ’କୁ କୀର୍ତନ ଗୁରୁ ବ୍ରଜ କିଶୋର ରଥ , ରବୀ ଚୌଧୁରୀ ଏବଂ ଗୋପି ସାହୁ’ଙ୍କ ଦ୍ଵାରା ଯୋଗା-ଯୋଗ ରେ ଏହି ହରିନାମ ସଂକୀର୍ତ୍ତନ ଗାନ କରା ଯାଇଥିଲା ।ଏହି ସଂକୀର୍ତ୍ତନ ସତ୍ୟାଗ୍ରହ କାର୍ଯ୍ୟକ୍ରମ’ରେ , ଗୁମ୍ମା ବ୍ଲକ ସଭାପତି ଶ୍ରୀ ଲଳିତ ମୋହନ ଦଣ୍ଡସେନା ସମେତ ପାରଳଖେମୁଣ୍ଡି ର ଶ୍ରୀ ସୁର୍ଯ୍ୟ ନାରାୟଣ ପାତ୍ର , ଲୋକୀ ପାତ୍ର , ରାଜା ପାତ୍ର , ବନ ବିହାରି ପଣ୍ଡା , ଶ୍ରୀ କୁନାମାଝି , ଶ୍ରୀ ଶିବାଜୀ ପଟ୍ଟନାୟକ , ଶ୍ରୀ ସଂଗ୍ରାମ ସାହୁ , ଶ୍ରୀ ଲୋକି ବରାଡ , ବଣ୍ଟି ଓ ବାବୁଲି ତଥା ଉପେନ୍ଦ୍ର ମହାପାତ୍ର , ପ୍ରମୁଖ’ଙ୍କ ଉପସ୍ଥିତି’ରେ ଆଜିର ଏହି କାର୍ତ୍ତିକ ମାସ’ର ଏକାଦଶୀ ତିଥି ରେ ସଂକୀର୍ତ୍ତନ ସତ୍ୟାଗ୍ରହ କୁ ପାରଳା ବାସି ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।ଏହି ସମସ୍ତ କାର୍ଯ୍ୟକ୍ରମ’କୁ ପାରଳଖେମୁଣ୍ଡି ନଗର କଂଗ୍ରେସ ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡା’ଙ୍କ ଦ୍ଵାରା ପରିଚାଳନା ହୋଇଥିବା ବେଳେ ଅନ୍ୟମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ