ଯୁବତୀକୁ ଅସାଦାଚରଣକୁ ନେଇ ଆମ୍ବନାଳିଆରେ ଉତ୍ତେଜନା
ହାଟଡିହିି, (ବିକାଶ ବିଶ୍ୱାଳ ) : ଯୁବତୀକୁ ଅସାଦାଚରଣକୁ ନେଇ ଆମ୍ବନାଳିଆ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ସୁଚନନାରୁ ଜଣାଯାଇଛି ଯେ ବାଲିବରେଇ ଗ୍ରାମର ଜଣେ ଯୁବକ ଆମ୍ବନାଳିଆ ସାହିର ଜଣେ ଆଦିବାସୀ ଯୁବତୀକୁ ଡାକିନେଇ ଅସଦାଚରଣ କରିଥିଲା । ଏକଥା ଗାଁରେ ପ୍ରଚାର ହୋଇଯିବାରୁ ଗାଁରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଯୁବକ ଜଣକ ଗତକାଲି ରାତିରେ ଉକ୍ତ ଯୁବତୀକୁ ଛାଡିବାକୁ ଆସିଥିବାବେଳେ ଗାଁ ଲୋକେ ଅଟକାଇ ଯୁବତୀକୁ ବିବାହ କରିବାକୁ ବାଧ୍ୟ କରିଥିଲେ । ମାତ୍ର ଯୁବକ ଜଣକ ରାଜି ନହେବାରୁ ଗାଁ ଲୋକେ ଉକ୍ତ ଯୁବକକୁ ଅଟକାଇ ଦେଇଥିଲେ । ଆଜି ବାଲିବରେଇ ଗ୍ରାମର କିଛି ଭଦ୍ରକଲୋକ ଆମ୍ବନାଳିଆରେ ପହଞ୍ଚିବା ପରେ ଏନେଇ ସମାଧାନ ପାଇଁ ଉଦ୍ୟମ ଜାରି ରଖିଥିବା ଜଣାପଡିଛି । ଏ ସମ୍ପର୍କରେ ସୋସୋ ଥାନା ପୁଲିସକୁ ପଚାରିବାରେ ଥାନାରେ ଏନେଇ କୌଣସି ଅଭିଯୋଗ ହୋଇ ନଥିବା କହିଛନ୍ତି ।