ବୈଷ୍ଣବ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା

ହାଟଡ଼ିହି, (ବିକାଶ ବିଶ୍ୱାଳ ) : ହାଟଡ଼ିହି ବ୍ଲକ ବହାରିପୁର ସ୍ଥିତ ବୈଷ୍ଣବ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ଶିକ୍ଷକ ମନୋରଞ୍ଜନ ସାହୁ, ଆଲୋକ କୁମାର ଦାସଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳା କୁ ପ୍ରଧାନଶିକ୍ଷକ ହରେକୃଷ୍ଣ ମିଶ୍ର ଉଦଘାଟନ କରିଥିଲେ। ଜପିଦାସ ହାଇସ୍କୁଲର ପ୍ରଧାନଶିକ୍ଷକ ଡମ୍ବରୁଦ୍ଧର ଦେହୁରୀ ବିଚାରକ ଭାବେ ଯୋଗଦେଇଥିଲେ। ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ୩୦ଟି ପ୍ରକଳ୍ପ ପ୍ରଦର୍ଶିତ କରି ବିଜ୍ଞାନରେ ସେମାନଙ୍କ ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ଶିକ୍ଷକ ବାଦଲ କୁମାର ଜେନା, ଦିବ୍ୟସିଂ ସୋରେନ, ସୁଧାସିନ୍ଧୁ ପାଣି, ପ୍ରଦୀପ କୁମାର ସାହୁ, ସୋନାଲି ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାଜେଶ କୁମାର ବିଶ୍ବାଳ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦେବବ୍ରତ ସ୍ୱାଇଁ ଦ୍ଵିତୀୟ, ଓ ବିଭୁକିଶୋର ସାହୁ, ବିଭୁକିଶୋର ନନ୍ଦଙ୍କ ପ୍ରକଳ୍ପ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ