ଓକିଲ ଓ ତହସିଲଦାର ଙ୍କ ବିବାଦ ଉଭୟେ ଥାନାର ଦ୍ବାରସ୍ଥ ଓ ନିଜ ନିଜ ଜିଦରେ
କେସିଙ୍ଗା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ତହସିଲ କାର୍ଯ୍ୟାଳୟ ଠାରେ ଏକ ଜମି ରେଜିଷ୍ଟ୍ରେସନ କୁ ନେଇ ଜଣେ ଆଇନଜୀବୀ ଓ କେସିଙ୍ଗା ତହସିଲଦାର ଙ୍କ ଯୁକ୍ତିତର୍କ ପରେ ବିବାଦ ବଢି ଉଭୟ ପକ୍ଷ ଥାନାରେ ଏତଲା ଯାହା କେସିଙ୍ଗା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ ଗତ ୮ ତାରିଖ ବୁଧବାର ଦିନ ୧୨ଟା ସମୟରେ ଆଇନଜୀବୀ ଜଳନ୍ଧର ବେହେରା କ୍ରେତା ବିକ୍ରେତା ଓ ସାକ୍ଷ ଙ୍କୁ ନେଇ ତହସିଲ କାର୍ଯ୍ୟାଳୟ ରେଜିଷ୍ଟ୍ରେସନ ପାଇଁ ଯାଇଥିଲେ ତେବେ ସ୍ଲଟ ବୁକିଙ୍ଗ ହୋଇନଥିବା ଓ ମୁଁ ରେଭନ୍ୟୁ ମିଟିଙ୍ଗ ରେ ଅଛି ବୋଲି ରେଜିଷ୍ଟ୍ରେସନ ହୋଇପାରିବ ନାହିଁ ବୋଲି ତହସିଲଦାର ପ୍ରଶାନ୍ତି ପ୍ରଧାନ ମନା କରିବାରୁ ଶ୍ରୀ ବେହେରା ଆଜି ମଧ୍ୟ ଆଗରୁ ଦୁଇ ଜଣଙ୍କ ରେଜେଷ୍ଟ୍ରି ହୋଇଛି ମେଡମ ବୋଲି କହିଥିଲେ। ଯାହାକୁ ନେଇ ଉଭୟ ଙ୍କ ଭିତରେ ଯୁକ୍ତି ତର୍କ ହୋଇ ପରେ ଉଗ୍ରରୂପ ନେଇଥିଲା ଫଳରେ ଉଭୟେ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ଆଇନଜୀବୀ ଶ୍ରୀ ବେହେରା ତହସିଲଦାର ତାଙ୍କୁ ଜାତି ସୂଚକ ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଲୋକ ଲଗାଇ ଜୀବନରେ ମାରିଦେବା ଭଳି ସଙ୍ଗିନ ଅଭିଯୋଗ ଆଣିଥିବା ସେ ତାଙ୍କ ଏତ୍ତଲା ରେ ଦର୍ଶାଇଥିବା ବେଳେ ତହସିଲଦାର ଶ୍ରୀମତୀ ପ୍ରଧାନ ଜଣେ କାର୍ଯ୍ୟରତ ମହିଳା ଅଧିକାରୀ ଙ୍କୁ କାର୍ଯ୍ୟାଳୟ ଭିତରେ ଓ ପରେ ଏକାନ୍ତ ଦେଖି ପ୍ରକୋଷ୍ଠ ବାହାରେ ଅସଭ୍ୟ ଭାଷାରେ ଗାଲି ଗୁଳଜ କରିବା ଓ ସେ ଭୟଭୀତ ଥିବା ତାଙ୍କ ଏତ୍ତଲା ରେ ଦର୍ଶାଇଛନ୍ତି। ତେବେ ଏନେଇ କେସିଙ୍ଗା ପୁଲିସ ପକ୍ଷରୁ ଉଭୟଙ୍କ ଏତ୍ତଲା ଗ୍ରହଣ କରି ତଦନ୍ତ କରୁଥିବା ଜଣାପଡିଥିବା ବେଳେ ଏହି ଘଟଣା କୁ ନେଇ ଆଜି କେସିଙ୍ଗା ବାର ଏସୋସିଏସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ସେଥିରେ ଘଟଣାର ସମାଧାନ ଓ ଉଚିତ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏ ତହସିଲ କାର୍ଯ୍ୟାଳୟ ରେ କୌଣସି ଆଇନଜୀବୀ କୌଣସି କାମ କରିବେ ନାହିଁ ବୋଲି ନିଷ୍ପତି ହୋଇଥିବା ସୂଚନା ମିଳିଛି।ଅନ୍ୟପକ୍ଷରେ ତହସିଲଦାର ଶ୍ରୀମତୀ ପ୍ରଧାନ ଙ୍କୁ ପଚାରିବାରୁ ମୁଁ ଯୋଗଦେଇକି ତିନି ଚାରି ଦିନ ହୋଇଛି ମୁଁ ମୋର ଷ୍ଟାପ ମାନଙ୍କୁ ମଧ୍ୟ ଭଲଭାବେ ଜାଣିନାହିଁ ମୁଁ କେମିତି ତାଙ୍କୁ ଜାତି ସୂଚକ ଗାଳି ଦେବୀ ଆଉ ମୁଁ ଜଣେ ଆଦିବାସୀ ମହିଳା ମୁଁ ତାଙ୍କୁ ଆପଣଙ୍କ ସ୍ଲଟ ଅନଲାଇନ ହୋଇନାହିଁ ଆଉ ଯେଉଁ ଦୁଇଟି ରେଜିଷ୍ଟ୍ରେସନ ହୋଇଛି ତାହା ମେଡିକାଲ ଗ୍ରାଉଣ୍ଡରେ ହୋଇଛି ଆପଣ ଅପେକ୍ଷା କରନ୍ତୁ ଆମ ରେଜେଷ୍ଟ୍ରି ଷ୍ଟାପ ଆସିଲେ ଦେଖିବା ବୋଲି କହିବାରୁ ସେ ରାଗିଯାଇ ମୋତେ ଅସଭ୍ୟ ଭାଷାରେ ଗାଲି ଗୁଲଜ କରିଥିଲେ ମୁଁ ପୁଲିସ କୁ ଫୋନ କରିବାରୁ ସେ ସେଠାରୁ ଯାଇଥିଲେ ମୁଁ ପୁଲିସ ଠାରେ ମୋର ଏତ୍ତଲା ଦେଇଛି ପୁଲିସ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ମୁଁ ଅପେକ୍ଷା କରିଛି ବୋଲି ସେ ତାଙ୍କ ପ୍ରତିକ୍ରିୟା ରଖିଥିଲେ। ଏନେଇ ଆଇ ଆଇ ସି ପ୍ରଦ୍ୟୁମ୍ନ ମହାପାତ୍ର ଙ୍କୁ ଘଟଣା ବିଷୟରେ ପଚାରିବାରୁ ହଁ ଆମେ ଦୁଇଟି ଏତ୍ତଲା ପାଇଛୁ ଏବଂ ସମାଧାନ ହେବ ବୋଲି ଅପେକ୍ଷା କରିଛୁ ନହେଲେ ନିୟମ ଅନୁଯାୟୀ ଯାହାହେବ ଆମେ ତାହା କରିବୁ ବୋଲି ସେ ପ୍ରକାଶ କରିଥିଲେ। ତେବେ ଘଟଣା ଯାହାହେଉ ଏଭଳି ଘଟଣା କୁ ସମସ୍ତେ ନାପସନ୍ଦ କରିଥିବା ବେଳେ ଲୋକଙ୍କ ଅସୁବିଧା ହେବା ପୂର୍ବରୁ ଘଟଣା ର ସମାଧାନ ହେଲେ ଭଲ ହେବ ବୋଲି ବୁଦ୍ଧି ଜୀବୀ ମହଲରେ ଆଲୋଚନା ହେଉଛି।