ସଂଚୟ ପକ୍ଷ ପାଳନ ଅବସରରେ ବକ୍ତୃତା ପ୍ରତିଯୋଗିତା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଦ୍ୱାରା “ସଂଚୟ ପକ୍ଷ-୨୦୨୩” ପାଳନ ଅବସରରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ଏକକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜୁନିୟର୍ ବର୍ଗରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏବଂ ସିନିୟର୍ ବର୍ଗରେ +୩ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଜୁନିୟର୍ ବର୍ଗରେ ବିଷୟ ଥିଲା ‘ସଂଚୟର ଆବଶ୍ୟକତା ।’ ସେହିପରି ସିନିୟର୍ ବର୍ଗର ବିଷୟ ଥିଲା ‘ଆର୍ଥିକ ସାକ୍ଷରତା ଓ ସାଇବର ଅପରାଧ ।’ ଜୁନିୟର୍ ବର୍ଗରେ ସାଇବିଭୂତି ସିଂ, ସ୍ୱାତୀ ସ୍ୱପ୍ନା ନାୟକ, ଜ୍ୟୋତି ଜିଜ୍ଞାସା ପଣ୍ଡା ଏବଂ ସିନିୟର ବର୍ଗରେ ପ୍ରଜ୍ଞା ମହାନ୍ତି, ମେଘନାଦ ଦାସ, ଶୁଭଲକ୍ଷ୍ମୀ ବେହେରା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଚାରକ ମଣ୍ଡଳୀରେ ଥିଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଜିଲ୍ଲା ସ୍ୱଳ୍ପ ସଂଚୟ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ଅମ୍ବରୀଶ ସାମଲ ଏବଂ ପୋଗ୍ରାମ ଅଫିସର୍ ସଂଯୁକ୍ତା ମିଶ୍ର ପ୍ରମୁଖ । ସୂଚନାଯୋଗ୍ୟ ଯେ, କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ନଭେମ୍ବର ୧୪ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ