ବେଲେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ନୟାହାଟ ନିକଟସ୍ଥ କୁଦପାଟଣା ଗ୍ରାମ ରେ ଶ୍ରୀ ଶ୍ରୀ ବେଲେଶ୍ୱର ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଗତ ୬ ତାରିଖ ଠାରୁ ଆଙ୍କୁରା ରୋପଣ କାର୍ଯ୍ୟ କରାଯାଇ ମନ୍ଦିର ପ୍ରତିଷ୍ଠା ଉତ୍ସବ ର ଶୁଭାରମ୍ଭ ହୋଇଥିଲା।୭ ତାରିଖ ରେ ମଣ୍ଡଳ ପ୍ରକରଣ, ଜଳଯାତ୍ରା, ଧାନ୍ୟାଧିବାସ, ୮ ତାରିଖ ରେ ସୂର୍ଯ୍ୟପୂଜା,ଗୋ ପୂଜା,ଶାଲା ପୂଜା, ମନ୍ଦିର ସ୍ନାନ, ଗୀତା ଯଜ୍ଞ କାର୍ଯ୍ୟ କରାଯିବାପରେ ଆଜି ହରିବୋଲ ହୁଳହୁଳି ଶବ୍ଦରେ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ପୂଜକ ରମେଶ ଦାଶ ଓ ପଣ୍ତିତ ମାନଙ୍କ ଦ୍ଵାରା ସମସ୍ତ ପୂଜା ବିଧି ପାଳନ ହୋଇଥିବା ବେଳେ କୁଦପାଟଣା ଗ୍ରାମବାସୀ ମାନଙ୍କ ତତ୍ବାବଧାନରେ ବେଲେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଗାଁ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।