ପତ୍ନୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ନିମାପଡା, (ସନ୍ତୋଷ ଦାସ):ଆଜି ନିମାପଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଲୋକନାଥ ସାହୁ ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ୬ମାସ ସଶ୍ରମ କାରାଦଣ୍ଡର ରାୟ ପ୍ରକାଶ କରିଛନ୍ତି। ସୂଚନାନୁସାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ରାଇବେରୁଆଁ ଗ୍ରାମର ହାଡିବନ୍ଧୁ ବେହୁରାଙ୍କ ପୁଅ ଗଣେଶ(୩୯) ୨୦୧୨ ମସିହାରେ ଅନ୍ନପୂର୍ଣ୍ଣା ବେହୁରା(୨୫)ଙ୍କୁ ବିବାହ କରିଥିଲେ।ବିବାହର ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ଦାବି କରି ଗଣେଶଙ୍କ ପରିବାର ଲୋକେ ଅନ୍ନପୂର୍ଣ୍ଣାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ।ଦିନକୁ ଦିନ ଶଶୁର ଘର ଲୋକଙ୍କ ନିର୍ଯାତନା ବଢ଼ି ଚାଲୁଥିବା ବେଳେ ୨୦୧୯ ମସିହା ଅଗଷ୍ଟ ମାସ ୨୫ ତାରିଖରେ ଏହା ଉଗ୍ରରୂପ ନେଇଥିଲା। କୌଣସି କାରଣ କୁ ନେଇ ଘରେ ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଲାଗିବାପରେ ଗଣେଶ ନିଜ ସ୍ତ୍ରୀ ଅନ୍ନପୂର୍ଣ୍ଣାଙ୍କୁ ଏକ ଧାରୁଆ କଟୁରୀ ରେ ତାଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ହତ୍ୟା କରିଥିଲା।ଏ ସଂକ୍ରାନ୍ତରେ ଅନ୍ନପୂର୍ଣ୍ଣାଙ୍କ ବଡ଼ ଭାଈ ପ୍ରଶାନ୍ତ କୁମାର ସାହୁ(୩୨) ଘଟଣାର ପରଦିନ ଅର୍ଥାତ୍ ତା୨୬/୦୮/୨୦୧୯ ରିଖରେ ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଆଜି ଏହି ମାମଲାର ରାୟ ପ୍ରକାଶ କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଲୋକନାଥ ସାହୁ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତିକରି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି।ରାୟ ପ୍ରକାଶ ସମୟରେ ଆସାମୀ ଗଣେଶ ବେହୁରା ଉପସ୍ଥିତ ଥିଲା।ସରକାରଙ୍କ ପକ୍ଷରୁ ସୀତାକାନ୍ତ ଦାସ ମାମଲା ପରିଚାଳନା କରିଥିଲେ । ଏହି ଘଟଣା ନିମାପଡ଼ା ଓ ଅସ୍ତରଙ୍ଗ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ