ସମୁଦ୍ରକୂଳ ଅଞ୍ଚଳ ରେ ତାଳ ମଞ୍ଜି ରୋପଣ
ନିମାପଡ଼ା, (ସନ୍ତୋଷ ଦାସ):ପରିବେଶ ଓ ଜୀବଜନ୍ତୁ ଙ୍କ ସୁରକ୍ଷା ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେଭ କୋଷ୍ଟାଲ ଲାଇଫ ପକ୍ଷରୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ର ସମୁଦ୍ରକୂଳ ଅଞ୍ଚଳ ରେ ୧୦ ହଜାର ତାଳ ମଞ୍ଜି ରୋପଣ କରାଯାଇଛି। ଅସ୍ତରଙ୍ଗ ବ୍ଲକ ର ସମୁଦ୍ର ତଟବର୍ତ୍ତି ଗାଁ ତଣ୍ଡାହାର, ଉଦୟକଣୀ, କଳମକଣୀ, ଛେନୁ ର ବିଭିନ୍ନ ସ୍ଥାନ ରେ ତାଳମଞ୍ଜି ରୋପଣ କରାଯାଇଛି। ସମୁଦ୍ରକୂଳ ଅଞ୍ଚଳ ରେ ତାଳ ବୃକ୍ଷ ଥିଲେ ସମୂଦ୍ର କୁ ସ୍ଥଳମୁହାଁ କୁ। ରୋକାଯାଇ ପାରିବା ସହିତ ବାଈ ଚଢ଼େଇ ଓ ଅନ୍ୟାନ୍ୟ ପଶୁ ପକ୍ଷୀ ଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଏହି ମଞ୍ଜି ରୋପଣ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବନ ବିଭାଗ କର୍ମଚାରୀ, ଯୁବଗୋଷ୍ଠୀ, ଛାତ୍ର ଛାତ୍ରୀ, ମହିଳା ସଂଘ ସଭ୍ୟା ମାନେ ଯୋଗ ଦେଇଥିଲେ। ପ୍ରଥମେ ମା ବାଟୁଳେଇ ପାଠସାଳା ପରିସର ରେ ତାଳ ମଞ୍ଜି ରୋପଣ କରାଯିବା ପରେ ସମୁଦ୍ରକୂଳ ଅଞ୍ଚଳ ରେ ରୋପଣ କରାଯାଇଥିଲା। ଏହି କାର୍ଯ୍ୟ ରେ ପ୍ରକୃତିବନ୍ଧୁ ସରୋଜ କୁମାର ଜେନା,ତଣ୍ଡାହାର ଗ୍ରାମ ର ନାରାୟଣ ସାହୁ, ମହିଳା ସଂଘ ସଭାପତି ବେଙ୍ଗଲତା ରାଉତ, ଉଦୟକଣୀ ଗ୍ରାମର ଗୋବିନ୍ଦ ପ୍ରଧାନ, ସ୍ବେଚ୍ଛାସେବୀ ସୁବ୍ରତ କୁମାର ସ୍ଵାଇଁ,
ଶୁଭେନ୍ଦୁ ରାଉତରାୟ, ମିଥୁନ ଛୋଟରାୟ, ଚିତ୍ରେଶ୍ୱରୀ ବିଟ ହାଉସର ବନପାଳ ପ୍ରଫୁଲ୍ଲ କୁମାର ବିଶ୍ବାଳ ପ୍ରମୁଖ ଯୋଗଦାନ କରିଥିଲେ।