ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗର ପାଠଚକ୍ର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଇତିହାସ ବିଭାଗର ପାଠଚକ୍ର ଅନୁଷ୍ଠିତ ହେବା ସହିତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି I ଇତିହାସ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅଶୋକ କୁମାର ସ୍ଵାଇଁଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧ୍ୟାପକ ଅଜୟ କୁମାର ବିଶ୍ୱାଳ ସହଯୋଗ କରିଥିଲେ I କାର୍ଯ୍ୟକ୍ରମରେ ଅତିଥି ରୂପେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ, ଅଶୋକ କୁମାର ପ୍ରଧାନ,ଡ.ପ୍ରଫୁଲ୍ଲ କୁମାର ଜେନା,ରଞ୍ଜିତ୍ କୁମାର ସାମଲ୍, ସାମ୍ବାଦିକ ଶିବରାମ ଚୌଧୂରୀ ପ୍ରମୁଖ ମଞ୍ଚାସୀନ ଥିଲେ I ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ରୀ ସୁଶ୍ରୀ ଅର୍ଚ୍ଚିତା ବେହେରା ଅଶୋକ ଏବଂ ତାଙ୍କର ଧର୍ମ ଶୀର୍ଷକ ସନ୍ଦର୍ଭ ପାଠ କରିଥିଲେ I କାର୍ଯ୍ୟକ୍ରମରେ ଇତିହାସ ସମ୍ମାନ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ଅଧ୍ୟାପକ ଅଜୟ କୁମାର ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ