ପ୍ଲାଷ୍ଟିକ୍ ମୁକ୍ତ ଏବଂ ବର୍ଜ୍ୟ ବସ୍ତୁର ପୁନଃ ବିନିଯୋଗ ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ବେଲଗୁଣ୍ଠା ସାଇ ଆଇଟିଆଇ ପରିସରରେ ପ୍ଲାଷ୍ଟିକ୍ ର ପୁନଃ ବିନିଯୋଗ,ବୃକ୍ଷରୋପଣ,ବନ ସୁରକ୍ଷା ସମ୍ପର୍କରେ ଏକ ପରିବେଶ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ତେଜସ୍ୱୀନୀ ଅନୁଷ୍ଠାନ ନିର୍ଦ୍ଦେଶିକା ଜ୍ୟୋତି ସିଂ ଦୁଟି,ଅବସରପ୍ରାପ୍ତ ପଦାତିକ ବାହିନୀ କ୍ୟାପଟେନ୍ ମହେନ୍ଦ୍ର କୁମାର ସ୍ଵାଇଁ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମକୁ ବିଶିଷ୍ଟସମାଜସେବୀ ଶୂଳପାଣି ଶତପଥି ସଂଯୋଜନା କରିଥିଲେ I ସାଇ ଆଇଟିଆଇର ଶିକ୍ଷକ ବ୍ରଜ କିଶୋର ମହାରଣା, ଅକ୍ଷୟ କୁମାର ବେହେରା,ଉପେନ୍ଦ୍ର ଭଞ୍ଜ ପତି, ସମୀର୍ ପ୍ରଧାନ, ସୁଶିଲ୍ କାନ୍ତ ସାହୁ, ବୁଲୁ ଲେଙ୍କା, ରାଜ କୁମାର ସାମନ୍ତରାୟ,ସରୋଜ କୁମାର ପାଢୀ, ଦିଲ୍ଲିପ୍ ବାଡ଼ତ୍ଯା,ଗୋପାଳ ପୋଲାଇ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା I ସାଇ ଆଇଟିଆଇ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ