ପ୍ରଶାସନକୁ ଗ୍ରାମବାସୀଙ୍କ ଅନୁରୋଧ,ଅନୁଦାନର ସମାଧାନ କର

କେସିଙ୍ଗା, (ମାଧବସାହୁ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଦେଓଗାଁ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ରାଜ୍ୟ ସରକାର କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତ କୁ ୫୦ ଲକ୍ଷ୍ୟ ଟଙ୍କା ମଞ୍ଜୁରୀ କରିଛନ୍ତି ।ଏହା ପୂର୍ବରୁ ପଞ୍ଚାୟତ ସମସ୍ତ ଜନ ପ୍ରତିନିଧି ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଗ୍ରାମସଭା କରି ଉକ୍ତ ଅନୁଦାନକୁ ଦେଓଗାଁ ପଞ୍ଚାୟତ ର ୪ଖଣ୍ଡ ଗାଁ ଯଥା ଦେଓଗାଁ, ମହଗାଁ, ଜାମଜୋର ଓ ମାଟିଆ ପାଇଁ ପ୍ରକଳ୍ପ ତିଆରି କରି ସମାନ ଅନୁଦାନ ପ୍ରଦାନ ପାଇଁ ଆକ୍ସନ ପ୍ଲାନ ଦିଆଯାଇଥିଲା । ଯାହା କାର୍ଯ୍ୟକାରୀ ହୋଇଥିଲେ ୪ଗଣ୍ଡ ଗାଁ କୁ ୧୨ ଲକ୍ଷ ୫୦ ହଜାର ଲେଖାଏଁ ପ୍ରାପ୍ତ ହୋଇଥାନ୍ତା । ହେଲେ ପରିତାପର ବିଷୟ ହେଲା ସରକାର ସଦା ସର୍ବଦା ଗ୍ରାମସଭାକୁ ଗୁରୁତ୍ୱ ଦେଉଥିବା ସ୍ଥଳେ ଦେଓ ପଞ୍ଚାୟତର ଅନୁଷ୍ଠିତ ହୋଇଥିବା ଗ୍ରାମ ସଭାରେ ପାରିତ ଆକ୍ସନ ପ୍ଲାନକୁ ଅଣଦେଖା କରି ଜନୈକ ନ୍ୟସ୍ତସ୍ବାର୍ଥ ଜନନେତାଙ୍କ ମନ୍ତ୍ରଣାରେ ଅନୁଦାନକୁ ଓଲଟପାଲଟ କରାଯାଇଛି । ଫଳରେ କେବଳ ଦେଓଗାଁ କୁ ୩୬ ଲକ୍ଷ୍ୟ ମିଳିଥିବା ବେଳେ ଅନ୍ୟ ୩ଟି ଗାଁ କୁ ମାତ୍ର ୧୪ ଲକ୍ଷ୍ୟ ଟଙ୍କା ପ୍ରଦାନ କରାଯାଇଛି । ସଂପୃକ୍ତ ନ୍ୟସ୍ତସ୍ବାର୍ଥ ନେତାଙ୍କ ହୀନ ଚକ୍ରାନ୍ତର ଶିକାର ହୋଇଛନ୍ତି ପଞ୍ଚାୟତ ବାସୀ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନୁଦାନକୁ ସମବଣ୍ଟନ କରାଯାଇଥିଲା । ହେଲେ ଗ୍ରାମସଭାରେ ମଞ୍ଜୁରୀ ହୋଇଥିବା ଆକ୍ସନପ୍ଲାନକୁ ଭାଙ୍ଗି ନିଜ ମନମୁତାବକ ଅନୁଦାନ ବଣ୍ଟନ କରିବାରେ କଣ ସ୍ବାର୍ଥ ରହିଛି ତାହା ଅନୁସନ୍ଧାନ ସାପେକ୍ଷ । ରାଜ୍ୟ ସରକାରଙ୍କର ଅନୁଦାନକୁ ରାଜନିତୀକରଣ କରି ଦେଓଗାଁ ପଞ୍ଚାୟତ ରେ ଗୋଟି ଖେଳୁଥିବା ନ୍ୟସ୍ତସ୍ବାର୍ଥ ନେତାଙ୍କ ଇଚ୍ଛା କେବେ ପୂର୍ଣ୍ଣ ହେବନାହିଁ । ଏହା ପୂର୍ବରୁ ତୁରନ୍ତ ଆମ ୩ ଖଣ୍ଡ ଗାଁ କୁ ଆମର ସମିନ ହକ୍ ପ୍ରଦାନ ପୂର୍ବକ ପୁନଃ ପ୍ରାପ୍ତ ଅନୁଦାନର ସମଭାଗ କରିବାକୁ ଜିଲ୍ଲା ପ୍ରଶାସନକୂ ମାଟିଆ,ଜାମଜୋର ଓ ମହଗାଁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ