ମିଶନ ଶକ୍ତି ସଙ୍ଘ ସଭାପତି ବିଦେଶ ଗସ୍ତ ନିମନ୍ତେ ମନୋନୀତ ହୋଇଥିବାରୁ ବିଭାଗ ତରଫରୁ ସମ୍ବର୍ଦ୍ଧିତ ହେଲେ
କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ମିଶନ ଶକ୍ତି ସଭାଗୃହ ଠାରେ କରଞ୍ଜିଆ ବ୍ଲକ ମିଶନ ଶକ୍ତି ସଙ୍ଘ ସଭାପତି ଦୀପାଳି ବେହେରା ଙ୍କୁ ମିଶନ ଶକ୍ତି ବିଭାଗ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଯିବାକୁ ମନୋନୀତ ହୋଇଥିବାରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି ବିଏଲଏଫ ସମ୍ପାଦିକା ଭୁବନେଶ୍ୱରୀ ମହାନ୍ତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭା ରେ ମୁଖ୍ୟଅତିଥି ରୂପେ କରଞ୍ଜିଆ ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡି, ସମ୍ମାନିତ ଅତିଥି କରଞ୍ଜିଆ ବିଡ଼ିଓ ସୁଶାନ୍ତ ସୁତାର, ସିଡ଼ିପିଓ ଭାରତୀ ସାହୁ, ବିପିଏମ ଦିପାଲୀ ପଣ୍ଡା ଙ୍କ ଅମରେଶ ନାୟକ, ଶାନ୍ତନୁ ଦଣ୍ଡପାଟ ଙ୍କ ସମେତ ସମସ୍ତ ପଞ୍ଚାୟତ ସଭାପତି, ସମ୍ପାଦିକା ଏବଂ ଅନ୍ୟ କାର୍ଯ୍ୟକର୍ତା ଯୋଗଦେଇ ଶ୍ରୀମତୀ ବେହେରା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଦ୍ୱିତୀୟ ପର୍ଯ୍ୟାୟ ବିଦେଶ ଗସ୍ତ ରେ ଯିବାକୁ ଥିବା ପ୍ରତିନିଧି ମଣ୍ଡଳୀ ରେ କରଞ୍ଜିଆ ରୁ ଦୀପାଳି ବେହେରା ବିଦେଶ ଯିବାକୁ ମନୋନୀତ ହୋଇ ବିଦେଶ ଯିବାକୁ ସୁଯୋଗ ପାଇଛନ୍ତି ଦୀପାଳି ବେହେରା ଙ୍କ ଘର କରଞ୍ଜିଆ ବ୍ଲକ ର ଘୋଷଦା ପଞ୍ଚାୟତ ର ଘୋଷଦା ଗ୍ରାମରେ ହୋଇଥିବା ବେଳେ ସେ ଗତ କୋଡିଏ ବର୍ଷ ହେବ ସ୍ୱୟଂ ସହାୟିକା ଗୋଷ୍ଠି ଗଠନ କରି ସରକାର ଙ୍କ ଦ୍ୱାରା ମହିଳା ଙ୍କ ନିମନ୍ତେ ବିଭିନ୍ନ ଯୋଜନାରେ ମିଳୁଥିବା ସୁବିଧାର ସଦୁପଯୋଗ କରି ବହୁ ମହିଳାଙ୍କୁ ସ୍ୱାବଲମ୍ବୀ କରିଛନ୍ତି ଗତ ୨00୬ ମସିହାରୁ ଅଦ୍ୟାବଧି କରଞ୍ଜିଆ ବ୍ଲକ ମିଶନ ଶକ୍ତି ସଙ୍ଘ ସଭାପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି