କାର ଧକ୍କାରେ ଦ୍ୱାଦଶ ଶ୍ରେଣୀ ଛାତ୍ର ଗୁରୁତର, ଚିକିତ୍ସା ପାଇଁ କଟକ ବଡ ମେଡିକାଲ ସ୍ଥାନାନ୍ତର

କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ବଡଦେଉଳୀ ଛକ ନିକଟରେ ଶନିବାର ସକାଳ ସାଢେ଼ ୧୦ ଘଟିକା ସମୟରେ ଏକ କାର ଧକ୍କାରେ ବଡଦେଉଳୀ ଆଦର୍ଶ ଆବାସିକ ବିଦ୍ୟାଳୟ ର ଦ୍ଵାଦଶ ଶ୍ରେଣୀ ର ଛାତ୍ର ଗୁରୁତର ହେଇଥିବା ଜଣାଯାଇଛି । ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣାପଡିଛି। ସକାଳୁ ବଡଦେଉଳୀ ଆଦର୍ଶ ଆବାସିକ ବିଦ୍ୟାଳୟ ଛାତ୍ର ସୁବ୍ରତ କୁମାର ବାଙ୍କିରା (୧୭) ନିଜ ଗାଁ ଭଅଁରା ଠାରୁ ନିଜ ସାଇକେଲ ଯୋଗେ ସ୍କୁଲ ଆସୁଥିବା ବେଳେ ଅପର ପଟରୁ ଘୋଷଦା ଗ୍ରାମର କଲ୍ୟାଣୀ ବସ୍ ମାଲିକ ଶାନ୍ତନୁ କୁମାର ମାଝୀଙ୍କ ମାରୁତି ସେଲେରିଓ କାର ନମ୍ବର ଓଡି -୦୯ଏଲ-୧୮୮୭ ବଡ଼ଦେଉଳି ଛକ ନିକଟରେ ସମ୍ମୁଖରୁ ଧକ୍କା ଦେଇଥିଲା । ତେବେ କାର କିଏ ଚଲାଉଥିଲେ ଜଣା ପଡି ନାହିଁ । ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଦ୍ୱାଦଶ ଶ୍ରେଣୀ ଛାତ୍ର ଗୁରୁତର ହୋଇ ପଡ଼ି ଯାଇଥିଲେ। ସଙ୍ଗେ ସଙ୍ଗେ ନିକଟସ୍ଥ ଲୋକମାନେ ତାଙ୍କୁ ଏକ ପିକଅପ୍ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ । ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ଏସସିବି ମେଡିକାଲ କଲେଜକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇ ଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି । ଖବର ପାଇ ଦୁର୍ଘଟଣା ସ୍ଥଳରେ କରଞ୍ଜିଆ ପୋଲିସ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ