ନବନିଯୁକ୍ତ ଜିଲ୍ଲା ବିଜେପି ସଭାପତି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାଇରଙ୍ଗପୁର ସାଙ୍ଗଠନିକ ଜିଲ୍ଳାର ନବନିଯୁକ୍ତ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ ଙ୍କୁ ଆଜି କରଞ୍ଜିଆ ଠାରେ ବିଜେପି କର୍ମକର୍ତା ଓ କର୍ମୀ ଙ୍କ ତରଫରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ସ୍ଥାନୀୟ ବାମନାଶାଳ ଠାରେ ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ ମହାନ୍ତ ଙ୍କ ସଭାପତିତ୍ୱ ରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ରୂପେ ପୂର୍ବତନ ଜିଲ୍ଲା ସଭାପତି ତଥା ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଯଶିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ ଉପସ୍ଥିତ ଥିଲେ କରଞ୍ଜିଆ ଉପଖଣ୍ଡ ର ସମସ୍ତ ମଣ୍ଡଳ ସଭାପତି ଓ କାର୍ଯ୍ୟକର୍ତା ଉପସ୍ଥିତ ହୋଇ ନବନିଯୁକ୍ତ ଜିଲ୍ଲାସଭାପତି ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଶ୍ରୀଯୁକ୍ତ ମହାନ୍ତ କରଞ୍ଜିଆ ରେ ବିଜେପି ଦଳର ପ୍ରତିଷ୍ଠାତା ସଭ୍ୟ ଥିଲେ ୧୯୮୨ ମସିହାରେ ଅଳ୍ପ ସଂଖ୍ୟକ କର୍ମୀ ଙ୍କ ସହିତ ସାଥି ନବକିଶୋର ପଣ୍ଡା ଙ୍କ ସହିତ ନିଜ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ କୁଳିପୋଷି ପଞ୍ଚାୟତ ର ସରପଞ୍ଚ ଭାବେ ୮୭ ରୁ ୯୨ ପର୍ଯ୍ୟନ୍ତ, ୧୯୯୪ ରୁ କରଞ୍ଜିଆ ବ୍ଲକ ଚୈୟାରମ୍ୟାନ ୨000 ରୁ ୨0୧୫ ପର୍ଯ୍ୟନ୍ତ ରାଜ୍ୟ ଖୋଦୀ ବୋର୍ଡ ସଦସ୍ୟ,୨00୬ ରୁ ୨00୯ ବାରିପଦା ଅର୍ବାନ ବ୍ୟାଙ୍କ ର ସଭାପତି, ୨00୪ ରୁ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ, ଅବିଭକ୍ତ ମୟୁରଭଞ୍ଜ ଜିଲ୍ଲା ସଂଗଠନ ରେ ଜିଲ୍ଲା ଉପସଭାପତି, ରାଜ୍ୟ ଓବିସି ମୋର୍ଚା ରାଜ୍ୟ ସଂଯୋଜକ,ପାଟଣା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଭାବେ ପୂର୍ବରୁ ଦାୟିତ୍ୱ ନିର୍ବାହ କରିସାରିଛନ୍ତି କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ କାର୍ଯ୍ୟକର୍ତା ମାନେ ଏକ ବିରାଟ ବାଇକ ରାଲ୍ଲୀ ରେ ସହର ପରିକ୍ରମା କରିଥିଲେ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପଦ୍ମଚରଣ ହାଇବ୍ରୁ,ବରିଷ୍ଠ ନେତା ନବକିଶୋର ପଣ୍ଡା,ଜିଲ୍ଲା କୃଷକ ମୋର୍ଚା ସଭାପତି ମଦନ ମୋହନ ମହାନ୍ତ,ଜିଲ୍ଲସମ୍ପାଦିକା ସୁନାମଣୀ ହୋ,କରଞ୍ଜିଆ ନଗର ମଣ୍ଡଳ ସଭାପତି ମହେଶ୍ୱର ସାହା,ତାଟୋ ମଣ୍ଡଳ ସଭାପତି ସଂଜୀବ ପାଣିଗ୍ରାହୀ, ଗ୍ରାମୀଣ ମଣ୍ଡଳ ସଭାପତି ଦେବେନ୍ଦ୍ର ମହାନ୍ତ, ବିପ୍ଳବ ସଂକ୍ଷୀଆଳ, ରାଜ୍ୟ ଯୁବମୋର୍ଚା କାର୍ଯ୍ୟକାରିଣୀ ସଭ୍ୟ ଅପୁ ବେହେରା,ଯୁବନେତା ଲୁନା ମିଶ୍ର,ଦିଲ୍ଲୀପ ମହାନ୍ତ,ବିମଳ ସେନାପତି,ଖିରୋଦ ମହାନ୍ତ, ସାରସ ଗିରି,ଜିଲ୍ଲା ଉପସଭାପତି ବିପିନ ମହାନ୍ତ ଙ୍କ ସମେତ ଅନେକ କାର୍ଯକର୍ତ୍ତା ଉପସ୍ଥିତ ଥିଲେ ନିଜ ପ୍ରତିକ୍ରିୟା ରେ କୃପାସିନ୍ଧୁ ମହାନ୍ତ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ସାହା ଙ୍କୁ କୃତଜ୍ଞତା ଜଣାଇବା ସହିତ ଦଳର କାର୍ଯ୍ୟକର୍ତା ଓ ତୃଣମୂଳ ସ୍ତରର କର୍ମୀଙ୍କ ସହିତ ମିଶିକାମକରିବା ସହିତ ଆଗାମୀ ସାଧାରଣ ନିର୍ବାଚନ ରେ ବିଜେପି ର ବିଜୟ ବାନାଉଡିବା ସୁନିଶ୍ଚିତ ବୋଲି ପ୍ରକାଶ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ