ନୂତନ ବିଲ୍ଡିଂ ପାଇଁ ମୁଖ୍ୟ ବିଚାରପତି କଲେ ଶିଳାନ୍ୟାସ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଠାରେ ଖୁବ୍ ଶୀଘ୍ର ସବ୍ ଜଜ କୋର୍ଟ ଖୋଲିବ। ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ ଡ଼.ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଶନିବାର ଦିଗପହଣ୍ଡି ଗସ୍ତ କରି କୋର୍ଟ କମ୍ପ୍ଲେକ୍ସ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରିଛନ୍ତି।ଦିଗପହଣ୍ଡି ସହର ଉପକଣ୍ଠ ମା ‘ ଚାଙ୍ଗୁଡି ଦେଇ ମନ୍ଦିର ସମ୍ମୁଖରେ ପ୍ରାୟ ୩ ଏକର ଜମିରେ ୮ କୋଟି ଟଙ୍କା ବ୍ୟୟରେ କୋର୍ଟ ବିଲ୍ଡିଂ,କ୍ୟାଣ୍ଟିନ ଓ ବାର ଆସୋସିଏସନ ବିଲଡିଂ ଏବଂ ଟ୍ରାଞ୍ଜିଟ ହାଉସ ନିର୍ମାଣ କରାଯିବ। ଦିଗପହଣ୍ଡି କୋର୍ଟ ର ମାଜିଷ୍ଟ୍ରେଟ ପ୍ରିୟଦର୍ଶିନୀ ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ହାଇକୋର୍ଟ ଜଷ୍ଟିସ ତଥା ଗଞ୍ଜାମ ଜିଲା ପ୍ରୋଟୋକଲ ଜଷ୍ଟିସ ଦେବବ୍ରତ ଦାସ, ହାଇକୋର୍ଟ ରେଜିଷ୍ଟ୍ରାର ଭିଜିଲାନ୍ସ ତଥା ପ୍ରଶାସନିକ ରେଜିଷ୍ଟ୍ରାର ଅକ୍ଷୟ କୁମାର ପଶ୍ଚିମ କବାଟ,ହାଇକୋର୍ଟ ଅତିରିକ୍ତ ରେଜିଷ୍ଟ୍ରାର ତଥା ମୁଖ୍ୟ ବିଚାରପତି ଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ଆନନ୍ଦ ଦାସ,ଗଞ୍ଜାମ ଜିଲା ଦୌରା ଜଜ ରୂପଶ୍ରୀ ଚୌଧୁରୀ,ଜିଲା ସିଭିଲ କୋର୍ଟ ରେଜିଷ୍ଟ୍ରାର ସୁଶାନ୍ତ କୁମାର ମିଶ୍ର,କୋର୍ଟ ମ୍ୟାନେଜର ମୋନାଲିସା ମହାପାତ୍ର,ବ୍ରହ୍ମପୁର ଏସ.ପି ଡ଼. ଶ୍ରବଣ ବିବେକ ଏମ ,ଗଞ୍ଜାମ ଏସ.ପି ଜଗମୋହନ ମୀନା, ଦିଗପହଣ୍ଡି ପୂର୍ତ୍ତ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ଇଂ.କାର୍ତିକେଶ୍ୱର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ସଭାପତି ଲକ୍ଷ୍ମୀ ନାରାୟଣ ପାଢ଼ୀ, ଉପସଭାପତି ଗିରିଜା ନନ୍ଦନ ମେକାପ,ସମ୍ପାଦକ କୁରେଶୁୁ ପଣ୍ଡା,ସହ ସମ୍ପାଦକ ରାଜେନ୍ଦ୍ର କୁମାର ତ୍ରିପାଠୀ,କୋଷାଧ୍ୟକ୍ଷ ସିମାଞ୍ଚଳ ପ୍ରଧାନ,ସରକାରୀ ଓକିଲ ନକୁଳ ପ୍ରଧାନ,ବିପ୍ଳବ କୁମାର ମୁଦୁଲି,ଆଇନଜୀବି ବୃନ୍ଦ ଏବଂ ସମସ୍ତ କୋର୍ଟ କର୍ମଚାରୀ,ଠିକାଦାର ଭୀମ ଦାସ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।