କଟକ ଜିଲ୍ଲା ଫଟୋଗ୍ରାଫର ଆସୋସିଏସନ୍ ପକ୍ଷରୁ ମାଗଣା ଚକ୍ଷୁପରୀକ୍ଷା ଶିବିର
କଟକ, (ଦୀପକ୍ କୁମାର ବେଉରା):କଟକ ଜିଲ୍ଲା ଫଟୋଗ୍ରାଫର ଆସୋସିଏସନ୍ ପକ୍ଷରୁ ମାଗଣା ଚକ୍ଷୁପରୀକ୍ଷା ଶିବିର। କଟକ ସ୍ଥିତ ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫଟୋଗ୍ରାଫର ଆସୋସିଏସନ୍ ର ପ୍ରତିନିଧି ମାନେ ଯୋଗଦେବା ସହ ପୁରୁଖା ସିନିଅର୍ ଫଟୋଗ୍ରାଫର ମାନଙ୍କୁ ଓତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଆସୋସିଏସନ୍ ର କର୍ମକର୍ତ୍ତା ଏବଂ ନିମନ୍ତ୍ରିତ ବ୍ୟକ୍ତି ବିଶେଷଙ୍କ ର ଚକ୍ଷୁପରୀକ୍ଷା କରାଯାଇଥିଲା । ତେବେ ଲାୟନ ହସ୍ପିଟାଲ ର ପ୍ରମୁଖ ଚକ୍ଷୁ ବିଶେଷଜ୍ଞଙ୍କ ଦ୍ବାରା ଚକ୍ଷୁ ପରୀକ୍ଷା କରାଯାଇଥିଲା ଓ ଯାହାର ଆଖି ଅତ୍ୟଧିକ ଖରାପ୍ ଅଛି ସେମାନଙ୍କୁ କଟକ ବକ୍ସି ବଜାର ସ୍ଥିତ ଲାୟନ ଆଇ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ କୁ କଟକ ଫଟୋଗ୍ରାଫର ଆସୋସିଏସନ୍ ସଭାପତି ସୁଜିତ୍ ମିଶ୍ର, ସଂପାଦକ ସଚ୍ଚିଦାନନ୍ଦ ସ୍ବାଇଁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରେ ଅନୁଷ୍ଠିତ ହୋଇଥିବା ବେଳେ ଆସୋସିଏସନ୍ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।