ନୂତନ ଦେୱନୀ କୋର୍ଟ ଓ କ୍ୱାର୍ଟର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର
ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ପୁରୁଷୋତ୍ତମପୁର ସହର ସ୍ଥିତ କନକା ମୈ।ଜା ରେ ଆଜି ନୂତନ କୋର୍ଟ ହଲ ଓ କ୍ୱାର୍ଟର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଛି। ପ୍ରଥମେ ପୁରୁଷୋତ୍ତମପୁର ବାର ଆସୋସିଏସନ୍, ବରିଷ୍ଠ ନାଗରିକ ସଂଘ, ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ପାଛୋଟି ନେଇଥିଲେ । ଓଡ଼ିଶା ହାଇକୋର୍ଟ ର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ, ହାଇକୋର୍ଟ ର ବରିଷ୍ଠ ବିଚାରପତି ତଥା ଗଞ୍ଜାମ ଜିଲ୍ଲା ପ୍ରଶାସନିକ ଜଜ୍ ଦେବବ୍ରତ ଦାସ ଦାସଙ୍କୁ ରାଷ୍ଟ୍ରୀୟ ଅଭିବାଦନ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଫଳକ ଉଦ୍ ଘାଟନ କରିବା ସହ ଭିତ୍ତିପ୍ରସ୍ତର ପାଇଁ ଶୁଭ ଦିଆଯାଇଥିଲା। କାର୍ଯ୍ୟକ୍ରମ ରେ ହାଇକୋର୍ଟ ର ରେଜିଷ୍ଟ୍ରାର ପ୍ରତାପ ପାତ୍ର, ଜିଲ୍ଲା ଜଜ୍ ରୂପ ଶ୍ରୀ ଚୈ।ଧିରୀ, ରେଜିଷ୍ଟ୍ରାର ସୁଶାନ୍ତ କୁମାର ମିଶ୍ର, ପୁରୁଷୋତ୍ତମପୁର ଆସିଷ୍ଟାଣ୍ଟ ସେସନ୍ସ ଜଜ୍ ଶରତ କୁମାର ସାହୁ,ଜେଏମ୍ ଏଫ୍ ସି ପୂଜା ପ୍ରିୟଦର୍ଶିନୀ ପତି, ଗଞ୍ଜାମ ଏସପି ଜଗମୋହନ ମୀନା, ବ୍ରହ୍ମପୁର ଏସ ପି ଶ୍ରବଣବିବେକ ଏମ୍, ଓକିଲ ସଂଘ ଉପସଭାପତି ଗୈାରିଶଙ୍କର ରାଉଳ, ସମ୍ପାଦକ ସିମାଞ୍ଚଳ ମିଶ୍ର, ଏନ୍ ଏ ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ମଳୟ କୁମାର ସାହୁ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।