ଦୃଷ୍ଟିଶକ୍ତି ପରୀକ୍ଷା ଶିବିର ” ସୁନେତ୍ର” କାର୍ଯ୍ୟକ୍ରମ
ବୁଗୁଡା, (ଅନିଲ କୁମାର ମହାରଣା):ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଦୃଷ୍ଟିଶକ୍ତି ପରୀକ୍ଷା କରିବା ପାଇଁ “ସୁନେତ୍ର” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ବୁଗୁଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପ୍ରଥମ ପର୍ଯ୍ୟାୟ “ସୁନେତ୍ର” କାର୍ଯ୍ୟକ୍ରମ ନଭେମ୍ବର ୯ ତାରିଖ ଦିନ ବୁଗୁଡ଼ାରେ ଅନୁଷ୍ଠିତ ହୋଇଥିବା ବେଳେ ବୁଗୁଡା ବିଇଓ ଚିନ୍ମୟ ମହାପାତ୍ର ଉଦଘାଟନ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟ ସୁନେତ୍ର କାର୍ଯ୍ୟକ୍ରମ ଖରିଡା ୟୁ.ପି.ସ୍କୁଲରେ ନଭେମ୍ବର ୧୦ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା। ବୁଗୁଡା ବ୍ଲକ ଗୋଷ୍ଠୀ ସମ୍ବଳ ବ୍ୟକ୍ତି ସୋନାଲିନ ପଣ୍ଡା ଓ ସୁଶାନ୍ତ କୁମାର ଡାକୁଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ “ସୁନେତ୍ର” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତାମ୍ବର ଗୌଡ଼ ଅଧ୍ୟକ୍ଷତା କରିଥିବା ବେଳେ ବଳରାମ ପାଣି ଉଦଘାଟନ କରିଥିଲେ। ମୁଖ୍ୟ ଅତିଥିଭାବେ କାଦପଡା ସ୍କୁଲ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ନାୟକ, ଏବଂ ସମ୍ମାନିତ ଅତିଥି ଭାବେ ସୁଶାନ୍ତ କୁମାର ସାହୁ ଓ ଯୁଧିଷ୍ଠିର ବାଡ଼ତ୍ୟା ଯୋଗଦେଇଥିଲେ। ବ୍ରହ୍ମପୁର ଏମ.କେ.ସି.ଜି. ମେଡ଼ିକାଲ କଲେଜ ଓ ହସପିଟାଲର ଡାକ୍ତର ସିଲା ସୀତାରାମ ଓ ତାଙ୍କ ସହଯୋଗୀ ବୃନ୍ଦ ଛାତ୍ରଛାତ୍ରୀଙ୍କ ଦୃଷ୍ଟିଶକ୍ତି ପରୀକ୍ଷା କରିଥିଲେ। ଏହି ଶିବିରରେ ବିଷ୍ଣୁଚକ୍ର, ବାଲିପଦର ଓ ଅନ୍ତରପଡା କ୍ଲଷ୍ଟରର ୩୧୨ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ୭୬ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ପ୍ରଦାନ କରାଯାଇଥିବା ବେଳେ ୫ ଜଣଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଯାଇଥିଲା। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ସହଯୋଗ କରିଥିଲେ।