ବାଳକୃଷ୍ଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ
କୁକୁଡ଼ାଖଣ୍ଡି, (ବିଭୂନନ୍ଦନ ପଣ୍ଡା):ବ୍ଲକ୍ ଲାଞ୍ଜିଆ ପଞ୍ଚାୟତର ବାଳକୃଷ୍ଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବିଜ୍ଞାନ ପ୍ରଦର୍ଶନୀକୁ ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ ସେବା ସମବାୟ ସମିତିର ସଭାପତି କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଚଳିତ ବର୍ଷର ପ୍ରସଙ୍ଗ ଥିଲା ” ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ” । ବିଦ୍ୟାଳୟର ପ୍ରାୟ ଚାଳିଶି ଜଣ ଛାତ୍ରଛାତ୍ରୀ ଚାଳିଶି ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଉକ୍ତ ପ୍ରଦର୍ଶନୀକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦ୍ମଚରଣ ରଥ , ବିଜ୍ଞାନ ଶିକ୍ଷକ ଜେ. ରମେଶ ଚନ୍ଦ୍ର ସେନାପତି , ବି. ଟୁନା ଦୋରା, ରାମ ମୋହନ ପତି, ଶିକ୍ଷୟତ୍ରୀ ଶଶିରେଖା ମଲ୍ଲିକ ଓ ସୁଲୋଚନା ମହାନ୍ତି ଏବଂ ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ସମସ୍ତେ ବ୍ୟକ୍ତିଗତ ଭାବେ ସମ୍ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ମୂଖ୍ୟ ଅତିଥି କାହ୍ନୁ ଚରଣ ପାତ୍ର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।