ଗଜପତିର କାଶୀନଗର ୟୁନିଅନ୍ ବ୍ୟାଙ୍କ୍ ପ୍ରତିଷ୍ଠା ଦିବସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ଅଗ୍ରଣୀ ୟୁନିୟନ ବ୍ୟାଙ୍କ ଶାଖା କାଶୀନଗରରେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅବସରପ୍ରାପ୍ତ ବ୍ୟାଙ୍କ ପ୍ରବନ୍ଧକ ରବୀନ୍ଦ୍ରନାଥ ମଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ. ସାମାଜିକ କର୍ମୀ ହୃଷିକେଶ ଗୌଡ଼ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ସହ କେକ୍ କାଟି ଏହି ଉତ୍ସବ ପାଳନ କରାଯାଇଥିଲା. ବ୍ୟାଙ୍କ ମ୍ୟାନେଜର ପ୍ରବୀଣ କୁମାର ଓ କ୍ୟାସିୟର ସନ୍ତୋଷଙ୍କ ସହ ବ୍ୟାଙ୍କର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ.