ବିଧାୟକ ସୁଶାନ୍ତ ସିଂଙ୍କୁ ଗିରଫ କରିବା ପାଇଁ ଗଜପତି ଜିଲ୍ଲା ଯୁବ ମୋର୍ଚ୍ଚାର ସ୍ମାରକପତ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ବିଧାୟକ ସୁଶାନ୍ତ ସିଂଙ୍କୁ ଗିରଫ କରିବା ପାଇଁ ଗଜପତି ଜିଲ୍ଲା ଯୁବ ମୋର୍ଚ୍ଚା ତରଫରୁ ଦାବି କରାଯାଇ ପୋଲିସ ମହାନିର୍ଦେଶକଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପାରଳାଖେମୁଣ୍ଡି ଥାନାର ଆଇଆଇସି ପ୍ରଶାନ୍ତ ଭୂପତିଙ୍କ ଜରିଆରେ ପ୍ରଦାନ କରାଯାଇଛି. ଜିଲ୍ଲା ଯୁବ ମୋର୍ଚ୍ଚାର ସଭାପତି ବାଳକୃଷ୍ଣ ପାତ୍ରଙ୍କ ନେତୃତ୍ୱରେ ଯୁବ ମୋର୍ଚ୍ଚା କର୍ମୀମାନେ କହିଛନ୍ତି ବରଗଡ଼ ଜିଲ୍ଲାର ଅମ୍ବାଭୋନା ଥାନାରେ ସ୍ଥାନୀୟ ବିଧାୟକ ସୁଶାନ୍ତ ସିଂ ବିଜୁ ଜନତା ଦଳର ଶତାଧିକ କର୍ମୀଙ୍କୁ ଧରି ଯେଉଁଭଳି ଭାବେ ଗୁଣ୍ଡାଗିରି କରି ଥାନାରେ ଭଙ୍ଗାରୁଜା କରିବା ସହ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କୁ ମାଡ଼ ମାରିଛନ୍ତି ତାହାର ଦୃଢ଼ ବିରୋଧ କରିବା ସହ ଏଥିରେ ସମ୍ପୃକ୍ତ ବିଧାୟକ ଓ ବିଜେଡିର ଗୁଣ୍ଡାଗିରି ଚଳାଇ ଆସୁଥିବା ନେତା ଓ କର୍ମୀମାନଙ୍କୁ ଗିରଫ କରିବା ପାଇଁ ଦାବି କରି ପୋଲିସ ମହା ନିର୍ଦେଶକଙ୍କ ଉଦେଶ୍ୟରେ ପାରଳା ଥାନା ଆଇଆଇସିଙ୍କୁ ଯୁବ ମୋର୍ଚ୍ଚା କର୍ମୀମାନେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି.