ଗଜପତିର ଶିଆଳି ପଞ୍ଚାୟତରେ ଜଙ୍ଗଲ ଅଧିକାର କମିଟି ଗଠନ ହେଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲାର କାଶୀ ନଗର ବ୍ଲକରେ ଥିବା ଶିଆଳି ଗ୍ରାମ ପଞ୍ଚାୟତର 6 ଗୋଟି ରାଜସ୍ୱ ମୌଜାରେ ଜଙ୍ଗଲ ଅଧିକାର କମିଟି ଗତକାଲି ଗଠିତ ହୋଇଯାଇଛି. ଶିଆଳି ଗ୍ରାମ ପଞ୍ଚାୟତର ସରପଞ୍ଚ ରାମପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି. ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ପ୍ରତେକ ରାଜସ୍ୱ ମୌଜାରେ ଗୋଟିଏ ଗୋଟିଏ ଜଙ୍ଗଲ ଅଧିକାର କମିଟି ଗଠନ କରିବା ନିର୍ଦେଶ ଅନୁଯାଇ ଶିଆଳି ଗ୍ରାମ ପଞ୍ଚାୟତର ବିଶ୍ୱାସରାୟପେଟା, ଶିଆଳି, ଗାରିଆଗୁଡା, ଶିଆଳି, ଚନ୍ଦ୍ରମାପେଟା, ପେଦାମାଡି ଆଦି ୬ଗୋଟି ରାଜସ୍ୱ ମୌଜାରେ ଗତକାଲି ଏହି ଜଙ୍ଗଲ ଅଧିକାର କମିଟି ଗଠନ କରାଯାଇଛି. ଏଥିରେ ସମ୍ପୃକ୍ତ ମୌଜାର ଲୋକେ ଯୋଗ ଦେଇଥିଲେ.