ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛତ୍ରପୁରର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଆଜି ଛତ୍ରପୁରସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଦୁଇ ଦିନିଆ ବାର୍ଷିକ କ୍ରୀଡ଼ାଉତ୍ସବ ସ୍ଥାନୀୟ ଛତ୍ରପୁର ଷ୍ଟାଡିୟମଠାରେ ଉଦଯାପିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମଟିକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ମହାବିଦ୍ୟାଳୟର କ୍ରୀଡା ସଂସଦର ସଭାପତି ଡଃ ପ୍ରମୋଦ କୁମାର ତ୍ରିପାଠୀ ଉଦଘାଟନ କରି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ସଂଖ୍ୟାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ହେତୁ ଛାତ୍ରଛାତ୍ରୀ ଓ ଆୟୋଜକ ମଣ୍ଡଳୀଙ୍କୁ ଶୁଭେଚ୍ଛା ଜଣାଇଥିଲେ lଯୁକ୍ତ ଦୁଇ, ଯୁକ୍ତ ତିନି ଓ ସ୍ନାତକୋତ୍ତର ବିଭାଗର ଉଭୟ ମହିଳା ଓ ପୁରୁଷ ବର୍ଗ ମଧ୍ୟରୁ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗୀମାନେ ଯୋଗ ଦାନ କରିଥିଲେ |ମହାବିଦ୍ୟାଳୟର କ୍ରୀଡ଼ା ସଂସଦର ଉପସଭାପତି ଡ. ଅଜିତ କୁମାର ସେଠି କ୍ରୀଡା ଉତ୍ସବଟିକୁ ପରିଚାଳନା କରିଥିଲେ | ଏହି ଅବସରରେ ଛତ୍ରପୁର ନିକଟସ୍ଥ ବିଭିନ୍ନ ସରକାରୀ ଉଚ୍ଚବିଦ୍ୟାଳୟର କ୍ରୀଡାଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ଆଗେଇ ନେବାରେ ସହଯୋଗ କରିଥିଲେ | ମହାବିଦ୍ୟାଳୟ ବିଭିନ୍ନ ବିଭାଗର ସହକର୍ମୀମାନେ ଯୋଗ ଦେଇ ଏହି କ୍ରୀଡା ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ | କାର୍ଯ୍ୟକ୍ରମର ଉଦଯାପନୀ ସମାବେଶରେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁରର ପୂର୍ବତନ ଅଧ୍ୟକ୍ଷ ଶ୍ରୀ କିଶୋର ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଯୋଗ ଦାନ କରିବା ପାଇଁ ଉତ୍ସାହିତ କରିବା ସହ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ | ଯୁକ୍ତ ତିନି ବିଭାଗର ଚାମ୍ପିୟନମାନେ ହେଲେ ୱାଈ ମୋହନ ପ୍ରସାଦ ରେଡି ଏବଂ ଡି ମୋହିନି ରେଡ୍ଡୀ ଏବଂ ଯୁକ୍ତ ଦୁଇ ବିଭାଗର ଚାମ୍ପିୟନମାନେ ହେଲେ ପ୍ରସାଦ ନାୟକ ଏବଂ ସନ୍ତୋଷୀ ନାୟକ | ପରିଶେଷରେ ମହାବିଦ୍ୟାଳୟର କ୍ରୀଡ଼ା ସଂସଦର ସହକାରୀ ଉପସଭାପତି ଶ୍ରୀ ବିଷ୍ଣୁ ଚରଣ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ