ଭିନ୍ନକ୍ଷମଙ୍କୁ ବର୍ଦ୍ଧିତ ଭତ୍ତା ଦାବି
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : କେନ୍ଦ୍ର ଓ ରାଜ୍ୟ ସରକାର ଭିନ୍ନକ୍ଷମଙ୍କ ପାଇଁଁ ଦିନକୁ ଦିନ ନୂଆ ନୂଆ ଯୋଜନା ମାନ ପ୍ରସ୍ତୁତ କରୁଛନ୍ତି। ଶାରୀରିକ ଓ ମାନସିକ ବିକାର ଗ୍ରସ୍ତ ଲୋକଟିଏ ଯେଉଁଭଳି ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ନହୁଏ ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପ୍ରଶାସନିକ ନିର୍ଦ୍ଦେଶ ମଧ୍ୟ ରହିଛି। ଏହାସତ୍ତ୍ଵେ ଭିନ୍ନକ୍ଷମ ଵ୍ୟକ୍ତିଟିଏ ମଧ୍ୟ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ପ୍ରାପ୍ତ ସୂଚନା ମୁତାବକ ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଢୋ ଗ୍ରାମର ଵୁଲା ଜେନା ଜଣେ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତି ଅଟନ୍ତି।ପରିଵାର ପ୍ରତିପୋଷଣ ବୟସରେ ଦୈବ ଯୋଗରୁ ରୋଗ ଗ୍ରସ୍ତ ହୋଇଗଲେ।ଅନେକ ଚିକିତ୍ସା ପରେ ମଧ୍ୟ ବଂଚିଗଲେ ସିନା ହେଲେ ସବୁଦିନ ପାଇଁ ଶାରୀରିକ ଭିନ୍ନକ୍ଷମ ଭାବେ ଜୀବନ ଅତିବାହିତ କରୁଛନ୍ତି। ମାସକୁ ମାତ୍ର ପାଞ୍ଚଶହ ଟଙ୍କା ଭତ୍ତା ତାଙ୍କ ବଞ୍ଚିବାର ରାହା ପାଲଟିଛି। ଏପଟେ ଶତକଡା ସତୁରୀ ପ୍ରତିଶତ ଭିନ୍ନକ୍ଷମ ଭାବେ ଵୁଲାଙ୍କୁ ସ୍ଵୀକୃତି ପତ୍ର ମିଳିଥିଵା ବେଳେ ସେ ତତ୍ ସମ୍ବନ୍ଧୀୟ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି।ମୋଟା ମୋଟି ଭାବେ ୭୦ ଭାଗ ଭିନ୍ନକ୍ଷମ ଅନୁସାରେ ତାଙ୍କୁ ୭ଶହ ଟଙ୍କା ଭତ୍ତା ପ୍ରଦାନ ସହିତ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।