ପାଣି ପାଇଁଁ ପାଣିରେ ପଡୁଛି କୋଟି କୋଟି ଟଙ୍କା

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ସରକାର ଗ୍ରାମାଞ୍ଚଳ ମାନଙ୍କରେ ସୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପାନୀୟ ଜଳ ସକାଶେ ନଳକୂପ ଠାରୁ ଆରମ୍ଭ କରି ପାଣି ଟାଙ୍କି, ବୋରିଂ,ପାଇପ ଜଳଯୋଗାଣ ପାଇଁଁ ଅନେକ ବ୍ୟବସ୍ଥା କରୁଛନ୍ତି। କେବଳ ନଳକୂପ କୁ ଛାଡି ଦେଲେ ଅନ୍ୟାନ୍ୟ ସମସ୍ତ ପ୍ରକଳ୍ପ ନିର୍ମାଣ ରେ କେବଳ ଅର୍ଥ ଅପଵ୍ୟୟ ହେଉଥିବା ଅଭିଯୋଗ ହେଉଛି। ପ୍ରାପ୍ତ ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ପଂଚାୟତ ସରଦପୁର ଠାରେ ଗ୍ରାମ୍ୟ ପାଇପ ଜଳଯୋଗାଣ ପାଇଁଁ ପ୍ରକଳ୍ପ ନିର୍ମାଣ ହେଉଛି। ପ୍ରାୟ ୬୨ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପ ଲୋକଙ୍କ ପାଇଁଁ ଠିକ୍ କାର୍ଯ୍ୟ କରିବ କି ନାହିଁ ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। କାର୍ଯ୍ୟ କ୍ଷେତ୍ରରେ ଅଧିକାଂଶ ସମୟରେ କନିଷ୍ଠ ଯନ୍ତ୍ରୀ ରହୁ ନଥିବା ବେଳେ ବଙ୍ଗାଳୀ ମିସ୍ତ୍ରୀଙ୍କ ହାତରେ ଚାଲିଛି ନିର୍ମାଣ କାର୍ଯ୍ୟ।ଏହାଛଡା ଜଳ ଯୋଗାଣ ପାଇଁଁ ଵିଛା ହେବାକୁ ଥିବା ପାଇପର ମାନ ମଧ୍ୟ ଠିକ୍ ନଥିବା ସ୍ଥାନୀୟ ଅଧିବାସୀ ଜଣାଇଛନ୍ତି। ଅନୁରୂପ ଭାବେ କୋରିଗା ପଞ୍ଚାୟତ ଆଲିହା ଓ କଣ୍ଟି ଠାରେ ମଧ୍ୟ ଏଭଳି ଜଳ ଯୋଗାଣ ପାଇଁଁ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ବ୍ଲକ ଅଂଚଳରେ ପୂର୍ବରୁ ଯେତେ ପ୍ରକଳ୍ପ ନିର୍ମାଣ ହୋଇଛି ତା ଦ୍ଵାରା ଜନସାଧାରଣ ଏଯାଏଁ ଉପକୃତ ହୋଇନାହାନ୍ତି।ତେଣୁ ଜଳ ଯୋଗାଣ ନାମରେ ଠିକାଦାର ଓ ଯନ୍ତ୍ରୀଙ୍କ ଲାଭ ପାଇଁଁ ଏଭଳି ପ୍ରକଳ୍ପ ନିର୍ମାଣରେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଥିବା କୁହାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ