ଭାଗବତ କଥା ଶ୍ରବଣ ସମାରୋହ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଢୋ ଠାରେ ଏକ ଦିବସୀୟ ଭାଗବତ କଥା ଶ୍ରବଣ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ କଥା ସ୍ଥଳରେ ତିନି ଠାକୁରଙ୍କ ବିଜେ ହେବା ସହିତ ଭଜନ ସମାରୋହ ଅନୁଷ୍ଠିତ ହେଇଥିଲା। ଏହାଛଡା ସଂକୀର୍ତ୍ତନ ଶୋଭାଯାତ୍ରା ଓ ଭାଗବତ ଭଗବାନ ଗ୍ରାମ ପରିକ୍ରମା କରିଥିଲେ। ଆୟୋଜକଙ୍କ ପକ୍ଷରୁ ହୋମିଓପାଥି ଚିକିତ୍ସା ଶିବିର ସହିତ ଗୋସେଵା ଓ ତୁଳସୀ ଆରାଧନା ଅନୁଷ୍ଠିତ ହୋଇଥିଲା।ଧର୍ମ ମାସ ପାଇଁଁ ବ୍ରହ୍ମଚାରୀ ସତ୍ୟ ଚୈତନ୍ୟଙ୍କ ଦ୍ଵାରା ଭାଗବତ କଥା ସତ୍ସଙ୍ଗ ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରାମର ଶହ ଶହ ଶ୍ରଦ୍ଧାଳୁ ଯୋଗଦେଇ ବିଭୁ କୃପା ଲାଭ କରିଥିଲେ। ଦିବସ ଭରି କାର୍ଯ୍ୟକ୍ରମକୁ ଆଲୋକ ବେହୁରିଆ, ସଂଗ୍ରାମ ଲେଙ୍କା,ମାନସ କୁମାର ଜେନା, ବିଶ୍ଵନାଥ ଜେନା,ମାନସ କୁମାର ସାହୁ,ଶରତ ଧଳ, ହିମାଂଶୁ ସାହୁ,ନୀରଦ ସାହୁ ପ୍ରମୁଖ ପରିଚାଳନା କରିଥିଲେ।