ନାବାଳିକା ବଳତ୍କାର ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ 

ବାଲିଗୁଡା: ଅନୁଗୁଳ ଜିଲ୍ଳା ଛେଣ୍ଡିପଦା ଥାନା କସଲା ଗ୍ରାମର ନିତ୍ୟାନନ୍ଦ ବେହେରା ଜଣେ ନାବାଳିକା ଙ୍କୁ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଙ୍କାର ଜୋରିମାନା ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ୨୦୧୭ ମସିହା ଅପ୍ରିଲ ୧୦ ତାରିଖରେ ବାଲିଗୁଡା ଅଂଚଳର ଜୈନିକ ନାବାଳିକା ଜଣକ ଅନ୍ୟ ଘରକୁ ଟିଭି ଦେଖିବାକୁ ଯାଇଥିବା ବେଳେ ହଠାତ୍ ବିଦ୍ୟୁତ୍ ଚାଲିଯାଇଥିବା ବେଳେ ନାବାଳିକା ଜଣକ ନିଜର ଘରକୁ ଫେରୁଥିବା ସମୟରେ ଏହାର ସୁଯୋଗ ନେଇ ନାବାଳିକା ଜଣକୁ ନିତ୍ୟାନନ୍ଦ ଜୋରଜବରଦସ୍ତ ଉଠାଇ ନେଇ ଜଙ୍ଗଲରେ ଦୁଷ୍କର୍ମ କରିବା ସହ ଦଣ୍ଡନାଚ ଚାଲିଥିବା ସମୟରେ ଦଣ୍ଡନାଚ ନିକଟରେ ନାବାଳିକା ଜଣକୁ ବସାଇ ଅଭିଯୁକ୍ତ ନିଜର ଘରକୁ ଚମ୍ପଟ ମାରିଥିଲା ।ଏହା ପରେ ପରିବାର ଲୋକେ ବହୁ ଖୋଜା ଖୋଜି ପରେ ଦଣ୍ଡନାଚ ନିକଟରୁ ଝିଅକୁ ଉଦ୍ଧାର କରିଥିଲେ ।ନାବାଳିକା ଜଣକ ପରିବାର ଲୋକଙ୍କୁ ସବୁ କିଛି କହିଥିଲେ । ଏହାପରେ ନାବାଳିକାଙ୍କ ଦାଦା ଥାନା ରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସମସ୍ତ ସାକ୍ଷୀ ଓ ପ୍ରମାଣକୁ ଭିତ୍ତିକରି କୋର୍ଟ ରାୟ ଶୁଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ