ରଙ୍ଗୋଲିରେ ସ୍ୱଚ୍ଛ ଓ ସବୁଜ ଦୀପାବଳିର ବାର୍ତ୍ତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଉଦ୍ବୁଦ୍ଧ ହୋଇ ଦୀପର ଏହି ମହାନ୍ ପର୍ବକୁ ଉଜ୍ଜୀବିତ ରଖିବା ପାଇଁ ଆନନ୍ଦ ଓ ଉତ୍ସାହର ସହ ଦୀପ ଜାଳି ପାଳନ କରିଛନ୍ତି ‘ଚିତ୍ରଶାଳା’ ଅନୁଷ୍ଠାନର କୁନି ଚିତ୍ରଶିଳ୍ପୀ ମାନେ । ଶିଳ୍ପୀମାନେ ବିଭିନ୍ନ ରଙ୍ଗରେ ଦୀପ ଗୁଡ଼ିକୁ ସୁସଜ୍ଜିତ କରି ରଙ୍ଗୋଲିରେ ସ୍ୱଚ୍ଛ ଓ ସବୁଜ ଦୀପାବଳି ପାଳନ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି । ଦୀପାବଳି ହେଉଛି ଦୀପର ପର୍ବ, ବାଣ ଫୁଟାଇବାର ପର୍ବ ନୁହେଁ । ଭୁବନେଶ୍ୱର ପୋଖରୀପୁଟ ସ୍ଥିତ ଚିତ୍ର ଶିକ୍ଷା ଅନୁଷ୍ଠାନ ‘ଚିତ୍ରଶାଳା’ ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ଅନସୂୟା ସାହୁ ଦୀପାବଳିର ମହତ୍ୱ ଓ ପ୍ରଦୂଷଣ ଏବଂ ବିପଦମୁକ୍ତ ଦୀପାବଳି ପାଳନ ଉପରେ ଆଲୋକପାତ କରିଥିଲେ ।