ଲୋକନାଟ୍ୟ ମେଳାରେ ଦର୍ଶକଙ୍କ ମନ ମୋହିଲା ନାଟକ “ଗୁମୁରି କାନ୍ଦୁଛି ଗୁମୁଡୁମାହା”

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଖୋର୍ଦ୍ଧା ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟ ଚେତନା ପକ୍ଷରୁ ଖୋର୍ଦ୍ଧା ଠାରେ ଆୟୋଜିତ ୨୩ ତମ ଲୋକନାଟ୍ୟ ମେଳା ର ତୃତୀୟ ରଜନୀ ରେ କନ୍ଧମାଳ ଜିଲ୍ଲା ବାଲିଗୁଡାର କଳା ବିକାଶ କେନ୍ଦ୍ର ପକ୍ଷରୁ ନାଟକ ଗୁମୁରି କାନ୍ଦୁଛି ଗୁମୁଡୁମାହା ସଫଳତାର ସହ ମଞ୍ଚସ୍ଥ ହୋଇ ଉପସ୍ଥିତ ଦର୍ଶକଙ୍କ ମନ ବିମୋହିତ କରି ଶୀର୍ଷରେ ପହଞ୍ଚିପାରିଥିଲା l ଏହି ନାଟକଟି ଏକ ମୌଳିକ କାହାଣୀ ବା ସତ୍ୟ ଘଟଣା ଉପରେ ଆଧାରିତ l ନାଟକ କୁ ଅଞ୍ଚଳର ବରିଷ୍ଠ ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ରଚନା ଓ ନିର୍ଦ୍ଦେଶନା ଦେବା ସହ ମୂଖ୍ୟ ଭୂମିକାରେ ଅଭିନୟ କରିଥିଲେ l ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଚରଣ ବିନ୍ଧାଣୀ ଥିବାବେଳେ ବିଜୟ, ପ୍ରଶାନ୍ତ, ଗୋପବନ୍ଧୁ, ବୁନା, ଜଗନ୍ନାଥ, ଶ୍ରୀକୃଷ୍ଣ ବ୍ରହ୍ମାନନ୍ଦ, ଶ୍ରୀକାନ୍ତ, କୁସୁମ, ବିନିଙ୍କ ଦକ୍ଷ ନିଖୁଣ ଅଭିନୟ ଉପସ୍ଥିତ ଦର୍ଶକ ଙ୍କୁ ବିମୋହିତ କରି ପାରିଥିଲା l କନ୍ଧମାଳ ର ଆଦିବାସୀ ଙ୍କ ଜୀବନ ଜୀବିକା କଳା ସଂସ୍କୃତି ପରମ୍ପରା ସାମାଜିକ ଚଳନୀ ଉପରେ ଆଧାରିତ l ଆଦିବାସୀ ଙ୍କ ଜୀବନ ଅତି ସରଳ ଓ ନିର୍ମଳ ଏହି ସରଳତା ଏଠାରେ କାଳ ହୋଇଛି l ଜଙ୍ଗଲ ମୂଳକ ରେ ବସବାସ କରୁଥିବା ଏହି ପୂରାତନ ଅଧିବାସୀ କେତେବେଳେ ପୋଲିସ୍ ଇନ୍ ଫର୍ମର ସନ୍ଦେହ ରେ ମାଓବାଦୀଙ୍କ ଦ୍ଵାରା ହତ୍ୟାର ଶିକାର ହେଉଛନ୍ତି ତ ଆଉ କେତେବେଳେ ମାଓବାଦୀ ସନ୍ଦେହ ରେ ଯବାନ ଙ୍କ ଗୁଳି ରେ ଟଳି ପଡ଼ୁଛନ୍ତି l ଗତ ୨୦୧୬ ମସିହାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଏକ ନିପଟ ମଫସଲ ଗାଁ ଗୁମୁଡୁମାହା ରେ ଏକ ଛାତିଥରା ହୃଦୟ ବିଦାରକ ଘଟଣା ଘଟିଥିଲା ଯାହା କି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିଲା l ଦୁଇ ବର୍ଷର ଶିଶପୁତ୍ର ସମେତ ଏକାଧିକ ଜୀବନ ଯାଇଥିଲା l ଏକ ଅଟୋ ଯୋଗେ ବାଲିଗୁଡ଼ା ରୁ ନିଜ ଗାଁ କୁ ଫେରୁଥିବା ବେଳେ ମାଓବାଦୀ ଓ ପୋଲିସ୍ ର ଗୁଳି ବିନିମୟ ବେଳେ କିଭଳି ଗୁଳିକାଣ୍ଡ ହୋଇଥିଲା ତାପରେ ସରକାର ଙ୍କ ନିଦ କେମିତି ଭାଙ୍ଗିଥିଲା l ଗଣହତ୍ୟା କୁ ସବୁ ବର୍ଗ ର ଲୋକେ ନିନ୍ଦା କରିବା ସହିତ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ଗାଁ କୁ ଆସିଥିଲେ l ଗଣହତ୍ୟା ପରେ ଗାଁ ର ଚିତ୍ର କେମିତି ବଦଳି ଥିଲା ତାହା ଏହି ନାଟକରେ ଚିତ୍ରଣ ହୋଇଛି l ବରିଷ୍ଠ ନାଟ୍ୟକାର ତଥା ନାଟ୍ୟ ଚେତନା ର ପ୍ରତିଷ୍ଠାତା ସୁବୋଧ ପଟ୍ଟନାୟକ ଖୁସି ପ୍ରକଟ କରି କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡ଼ା ର ଉତ୍ତୋରତ୍ତୋର ଉନ୍ନତି କାମନା କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ