ଟିଲୋ ସରକାରୀ ହାଇସ୍କୁଲରେ ‘ବନ୍ଦନା’ ଲୋକାର୍ପଣ ଓ ଗୁରୁପୂଜନ ସମାରୋହ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ସରକାରୀ ହାଇସ୍କୁଲରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ସ୍ୱାଇଁଙ୍କ ସମ୍ମାନାର୍ଥେରେ ‘ବନ୍ଦନା’ ଲୋକାର୍ପଣ ଓ ଗୁରୁପୂଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ରଛାତ୍ରୀ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ସମାରୋହରେ ପ୍ରଧାନ ଶିକ୍ଷୟିତ୍ରୀ ରୀତାରାଣୀ ଦେ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଡିଓ ପ୍ରଦୀପ କୁମାର ସେଠୀ, ମୁଖ୍ୟ ବକ୍ତା ଭାବେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ରାଜ କିଶୋର ଆଚାରୀ, ସମ୍ମାନୀତ ଅତିଥି ଭାବେ ତହସିଲଦାର ଅଙ୍କିତା ବାରିକ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶଶୀ ଶେଖର କରଶର୍ମା, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ପ୍ରାକ୍ତନ ସରପଞ୍ଚ ନିହାରିକା ରାଉତ, ଆଲୁମିନି ଆସୋସିଏସନର ସଭାପତି ନରୋତ୍ତମ ସ୍ୱାଇଁ, ଓଡିଶା ପଞ୍ଚାୟତରାଜ ବିଭାଗର ଅତିରିକ୍ତ ସଚିବ ସୁବାସ ଦାସ ଯୋଗ ଦେଇ ଶିକ୍ଷକଙ୍କ ଆର୍ଶିବାଦ ବିନା କେହି ବଡ ମଣିଷ ହୋଇପାରିନାହିଁ ବୋଲି କହିଥିଲେ । ପୁରାତନ ଛାତ୍ର ଅଶୋକ ଖିଲାର, ନିରଞ୍ଜନ ସାମଲ, ମାଧବାନନ୍ଦ ବେହେରା ଅଧ୍ୟୟନ ବେଳର ଅନୁଭୂତି ସଂପର୍କରେ କହିଥିଲେ । ଏହି ଅବସରରେ ‘ବନ୍ଦନା’ପତ୍ରିକା ଲୋକର୍ପଣ କରାଯିବା ସହ ଶ୍ରୀ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟବାଦୀ ମଣ୍ଡଳ, ଅବସରପ୍ରାପ୍ତ ଶିକ୍ଷକ ବିଶ୍ୱନାଥ ଓଝା, ଧନେଶ୍ୱର ଜେନା, ପଦ୍ମନାଭ ବିନ୍ଧାଣୀ, ସନାତନ ବେହେରା, ଅବସରପ୍ରାପ୍ତ ଶିକ୍ଷା କର୍ମଚାରୀ ନୃସିଂହ ଚରଣ ସାହୁ, ବିଦ୍ୟାଧର ଲେଙ୍କା, ଶିକ୍ଷା କର୍ମଚାରୀ ପଦ୍ମନାଭ ରାଉତ, ଦୋଳ ଗୋବିନ୍ଦ ସାହୁ, ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ କାଳନ୍ଦି ଚରଣ ବେହେରା, ପ୍ରାକ୍ତନ ଶିକ୍ଷକ ସ୍ୱର୍ଗତ ରଘୁନାଥ ଚଣ୍ଡଙ୍କ ପତ୍ନୀ ଶାନ୍ତିଲତା ଚଣ୍ଡ, ଶିକ୍ଷକ ଶଶୀ ଶେଖର କରଶର୍ମା, ଅବସରପ୍ରାପ୍ତ ଅଧ୍ୟାପକ ରାଜ କିଶୋର ଆଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରାତନ ଛାତ୍ର ମନୋଜ କୁମାର ସାହୁ ମଞ୍ଚ ପରିଚାଳନା, ଗୀତା ଇଞ୍ଜିନୟରିଂ କଲେଜର ଅଧ୍ୟକ୍ଷ ଡଃ.ମନ୍ମଥ କୁମାର ରାଉଳ ଅତିଥି ପରିଚୟ ଓ ପୁରାତନ ଛାତ୍ର ସୁଧାକର ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଉତ୍କଳ ସଙ୍ଗୀତ ଗାନ ଓ ସ୍ୱାଗତ ସଂଗୀତ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ରମାକାନ୍ତ ପାଣିଗ୍ରାହୀ, ଇଂ.ଲକି ମାଷ୍ଟର ସ୍ୱାଇଁ, ବିପିନ କୁମାର ନାୟକ, ପ୍ରଣବ କିଶୋର ଲେଙ୍କା, ଆଲୋକ କୁମାର ରାଉତ, ପଙ୍କଜିନୀ ଲେଙ୍କା, ପର୍ଶୁରାମ ସାହୁ, ପରମେଶ୍ୱର ବାରିକ, ପ୍ରମୋଦ କୁମାର ଗୋଛାୟତ, ମକରଧ୍ୱଜ ଲେଙ୍କା, ତାଡକେଶ୍ୱର ମହାପାତ୍ର, ମୁନା ଖିଲାର, ପ୍ରକାଶ ସ୍ୱାଇଁ, ନିରୋଦ ଜେନା, ବିଭୂତି ବିଶ୍ୱାଳ, ସୁବାଷ ଜେନାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।