ନୀତିଶ କୁମାର ଙ୍କ କୁଶ ପୁତ୍ତଳିକା ଦାହ

ବାଲେଶ୍ଵର, (ସରୋଜ ପଣ୍ଡା):ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଧାନ ସଭାରେ ମହିଳା ମାନଙ୍କ ଚରିତ୍ର ସଂହାର କରି ସର୍ବ ସମ୍ମଖରେ ଯେଉଁ ଭଳି ମନ୍ତବ୍ୟ ଦେଲେ, ତାର ବିରୋଧ କରି ବାଲେଶ୍ଵର ବିଜେପି ମହିଳା ମୋର୍ଚ୍ଚା ସଭା ନେତ୍ରୀ ସିପ୍ରା ରେଖା ମହାପାତ୍ର ଙ୍କ ନେତୃତ୍ବ ରେ ନୀତିଶ କୁମାର ଙ୍କ କୁଶ ପୁତ୍ତଳିକା ଦାହ ସହ ତାଙ୍କ ଇସ୍ତଫା ପାଇଁ ଦାବି କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି, ଜିଲ୍ଲା ବିଜେପି ଉପ ସଭାନେତ୍ରୀ ମମତା ମହାପାତ୍ର, ନଗର ମହିଳା ମୋର୍ଚ୍ଚା ସଭା ନେତ୍ରୀ ସୁସ୍ମିତା ପଣ୍ଡା, ସ୍ବିଟି ବାରିକ, ମମତା ପଣ୍ଡା, କଳ୍ପଲତା ବେହେରା ଓ ବହୁ ମହିଳା କର୍ମୀ ଯୋଗ ଦେଇଥିଲେ। ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା ଓ ଯୁବ ମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ