ବରିଷ୍ଠ ଆଇନଜିବୀ ରଘୁନାଥ ମହାନ୍ତିଙ୍କ ପରଲୋକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଗଂଜାମ ଜିଲ୍ଲା ଛତ୍ରପୁର ସହରର ବରିଷ୍ଠ ଆଇନଜିବୀ ରଘୁନାଥ ମହାନ୍ତି (୭୮) ଙ୍କ ରବିବାର ପ୍ରତ୍ୟୁଷରେ ପରଲୋକ ହୋଇଯାଇଛି । ସେ ଜୀବନର ଶେଷ ପର୍ଯ୍ୟନ୍ତ ଆଇନଜିବୀ ଭାବେ କାର୍ଯ୍ୟରତ ଥିଲେ । ୧୯୯୧-୯୩ ପର୍ଯ୍ୟନ୍ତ ଛତ୍ରପୁର ଓକିଲ ସଂଘର ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ । ସେ ଦକ୍ଷତାର ସହ ଓକିଲାତି କରି ଛତ୍ରପୁର ଆଖପାଖ ଅଂଚଳରେ ଖ୍ୟାତି ଅର୍ଜନ କରିଆସିଥିଲେ । ତାଙ୍କର ମୃତ ଶର୍ଯ୍ୟା ନିକଟରେ ଧର୍ମପତ୍ନୀ ପ୍ରତିମା ମହାନ୍ତି , ବଡପୁଅ କୃଷ୍ଣ ଚନ୍ଦ୍ର ମହାନ୍ତି , ବୋହୁ ସସ୍ମିତା ଦାଶ, ସାନପୁଅ କିଶୋର ଚନ୍ଦ୍ର ମହାନ୍ତି , ଝିଅ ଲୀପିକା ପଟ୍ଟନାୟକ , ଜ୍ୱାଇଁ ମନୋଜ କୁମାର ପଟ୍ଟନାୟକ , ନାତି କୀର୍ତ୍ତମାନ କାର୍ତ୍ତିକେନ ମହାନ୍ତି , ନାତୁଣୀ ପ୍ରିୟାନ୍ସି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇବା ପରେ ଜ୍ଞାତି-କୁଟୁମ୍ବ , ବନ୍ଧୁ ବାନ୍ଧବ, ସହରର ବହୁ ଆଇନଜିବୀ, ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମାର୍କେଟ ରୋଡ ଠାରେ ଥିବା ତାଙ୍କର ନିଜସ୍ୱ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୂରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ