ଅନାଥ ପିଲାଙ୍କ ମେଳରେ ଗଜପତି ଜିଲ୍ଲାପାଳ ପାଳିଲେ ଦୀପାବଳି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଅନାଥ ଆଶ୍ରମରେ ରହୁଥିବା ଅନାଥ ପିଲାଙ୍କ ମେଳରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଦୀପାବଳି ବନେଇଛନ୍ତି. ଗଜପତି ଜିଲ୍ଲାର ସୀତାପୁର ଠାରେ ଥିବା ଉତ୍କଳ ଵାଳାଶ୍ରମ ଓ ପ୍ରାଉଡ଼ ଅନାଥ ଆଶ୍ରମରେ ୬୭ ଜଣ ଅନାଥ ଛାତ୍ରଛାତ୍ରୀ ରହି ଆସୁଅଛନ୍ତି. ପିତୃ ମାତୃ ହିନ ଏହି ପିଲାଙ୍କ ମୁହରେ ହସ ଫୁଟାଇବା ପାଇଁ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଏମାନଙ୍କ ମେଳରେ ଦୀପାବଳି ପାଳନ କରିଛନ୍ତି. ଏଥିସହ ଜିଲ୍ଲାପାଳ ଅନାଥ ପିଲାଙ୍କ ସହ ଗୀତ ଓ ନାଚର ଅସାରରେ ନାଚି ସେମାନଙ୍କୁ ମନା ଭରା ହସାଇଥିଲେ. ସେହିପରି ଜିଲ୍ଲାପାଳଙ୍କ ଦ୍ୱାରା ଆୟୋଜିତ ହୋଇଥିବା ରନ୍ଧା ଖାଦ୍ୟ ଅନାଥ ପିଲାଙ୍କ ମେଳରେ ଜିଲ୍ଲାପାଳ ବସି ଖାଦ୍ୟ ଖାଇବା ସହ ଅନାଥ ପିଲାଙ୍କୁ ଖାଦ୍ୟ ପରୋଷୀ ଥିଲେ.