କାଳୀପୂଜା ପାଇଁ ଚଳଚଞ୍ଚଳ ଗ୍ରାମ୍ୟ ବଜାର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା) : ପବିତ୍ର କାଳୀପୂଜା ପାଇଁ ଗାଁ ଠାରୁ ସହର ଉତ୍ସବ ମୁଖର ହୋଇ ଉଠିଛି। ଏହି ଉପଲକ୍ଷେ ଭଣ୍ଡାରିପୋଖରୀ ବ୍ଲକର ୨୩ଗୋଟି ପଞ୍ଚାୟତରେ ପୂଜା ପ୍ରସ୍ତୁତି ଜୋରଦାର ଚାଲିଛି। ବିଶେଷ କରି କାଳୀପୂଜାରେ ବଡବଡୁଆଙ୍କୁ ପିଣ୍ଡ ଦେବାର ବିଧି ରହିଥିବାରୁ ଲୋକେ ଏହାକୁ ବେଶ ଧୁମଧାମରେ ପାଳନ କରୁଛନ୍ତି। ଏଥିପାଇଁ ବଜାରରେ ଏବେ ଦୀପ ଓ କାଉଁରିଆ କାଠିର ଚାହିଦା ବେଶ ପରିଲକ୍ଷିତ ହେଉଛି। ଗାଁ ଗହଳିରେ ଲଳିତା ଚାଷ ଉଭେଇ ଯାଇଥିବା ବେଳେ କାଉଁରିଆ କାଠିର ଅଭାବ ମଧ୍ୟ କିଛିମାତ୍ରାରେ ଦେଖାଦେଇଛି। ଏହାସତ୍ତ୍ୱେ ବ୍ଲକ ବାହାରୁ ଆସୁଥିବା କାଉଁରିଆ କାଠି ଦ୍ୱାରା ଲୋକଙ୍କ ଚାହିଦା ପୂରଣ ହୋଇପାରିଛି। ବର୍ଷ ଯାକ ହାତ ଯୋଡି ବସିଥିବା କୁମ୍ଭାର ଭାଇ ମଧ୍ୟ ଦୀପାବଳୀ ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି। ବଜାରରେ ଆଧୁନିକ ଲାଇଟ ବିକ୍ରୟ ହେଉଥିଲେ ସୁଦ୍ଧା ବିଭିନ୍ନ ରଙ୍ଗ ବେରଙ୍ଗର ମାଟି ଦୀପର ଚାହିଦା ଆଜି ବି ବଜାୟ ରହିଛି। ମୋଟାମୋଟି ଭାବେ ଦୀପାବଳୀକୁ ବେଶ ଧୁମଧାମରେ ପାଳନ କରିବା ପାଇଁ ଲୋକେ ଉତ୍ସାହିତ ଥିବା ବେଳେ ବିଭିନ୍ନ ମଣ୍ଡପରେ ମା’ଙ୍କ ମୂର୍ଣ୍ମୟୀ ମୂର୍ତ୍ତି ପୂଜା ପାଇଁ କର୍ମକର୍ତ୍ତା ମାନେ ପ୍ରସ୍ତୁତିରେ ଲାଗି ପଡିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ