ମହାଦେବଙ୍କ ପୋଖରୀ ସଫେଇ
ନିମାପଡ଼ା, (ସନ୍ତୋଷ ଦାସ):ପବିତ୍ର କାର୍ତ୍ତିକ ମାସର ଦେବ ଦୀପାବଳୀ ଉତ୍ସବ ଅବସରରେ ଶୋଭା ଫାଉଣ୍ଡେସନ ଓ ବଟେଶ୍ୱର ଆଦର୍ଶ କୋଚିଂ ସେଣ୍ଟର ପକ୍ଷରୁ ଛାତ୍ର ମାନଙ୍କ ସହଯୋଗରେ ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ବାଲିଦୋକାନ ର ବାବା ବଟେଶ୍ୱର ମନ୍ଦିର ସମ୍ମୁଖରେ ଥିବା ପୁଷ୍କରିଣୀ ସଫେଇ କରାଯାଇଛି। ଆବର୍ଜନା ଓ ଦଳରେ ପରିପୂର୍ଣ୍ଣ ପୋଖରୀ ବ୍ୟବହାର ନିମନ୍ତେ ସଫେଇ କାର୍ଯ୍ୟ କରାଯାଇଛି। ବଟେଶ୍ୱର ଆଦର୍ଶ କୋଚିଂ ସେଣ୍ଟର ପରିଚାଳକ ମଙ୍ଗୁଳି ଚରଣ ପାଢ଼ୀ (ବାବୁନୀ ସାର)ଙ୍କ ନେତୃତ୍ୱରେ ଏହି ସଫେଇ କାର୍ଯ୍ୟକ୍ରମରେ ଶୋଭା ଫାଉଣ୍ଡେସନ ଅଧକ୍ଷ ପ୍ରକୃତି ବନ୍ଧୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟ ଅମରେଶ୍ୱର ଓଝା ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ।