ଷୋହଳ ଫୁଟ ର ମହମବତୀଲାଗିଲା ମଙ୍ଗଳା ମନ୍ଦିର ପରିସରରେ

ନିମାପଡ଼ା, (ସନ୍ତୋଷ ଦାସ):ପବିତ୍ର ଦୀପାବଳୀ ଅବସରରେ ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ପରିସରରେ ଜଳିଲା ଷୋହଳ ଫୁଟ ଉଚ୍ଚତାର ମହମବତୀ । କୋରନା ମହାମାରୀ ସମୟରେ ଜନସାଧାରଣ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବାବେଳେ ଦେଶରୁ କରୋନା ମହାମାରୀ କୁ ଦୁରେଇଦେବା ପାଇଁ ମାନସିକ ରଖି ଅସ୍ତରଙ୍ଗ ବ୍ଲକ କୁଣ୍ଢେଶ୍ୱର ଗ୍ରାମର ସତ୍ୟପ୍ରିୟ ଦାସ, ପ୍ରତାପ ମହାନ୍ତି ଓ ତାଙ୍କ ର କିଛି ସହଯୋଗୀ ମାନସିକ ରଖି ଗତ ୨୦୨୦ମସିହା ରୁ ମା ମଙ୍ଗଳା ଙ୍କ ନିକଟରେ ଦୀପାବଳୀ ରେ ମହମବତୀ ପ୍ରଜ୍ବଳନ କରି ଆସୁଛନ୍ତି। ଚଳିତ ବର୍ଷ ମା ମଙ୍ଗଳା ମନ୍ଦିର ପରିସରରେ ଷୋହଳ ଫୁଟ ଉଚ୍ଚତା ର ମହମବତୀ କୁ ସତ୍ୟପ୍ରିୟ ଓ ତାଙ୍କ ର କିଛି ସହଯୋଗୀ ତିଆରିକରି ମନ୍ଦିର ପରିସରରେ ପ୍ରଜ୍ବଳନ କରିଛନ୍ତି । ପ୍ରଥମ ବର୍ଷ ୪ ଫୁଟ, ଦ୍ୱିତୀୟ ବର୍ଷ ୮ଫୁଟ, ତୃତୀୟ ବର୍ଷ ୧୨ ଫୁଟ ଉଚ୍ଚତା ର ମହମବତୀ ସେମାନେ ମା ଙ୍କ ମନ୍ଦିର ରେ ପ୍ରଜ୍ବଳନ କରିଥିଲେ ଓ ଚଳିତ ବର୍ଷ ୧୬ ଫୁଟ ଉଚ୍ଚତା ର ମହମବତୀ ପ୍ରଜ୍ବଳନ କରିଛନ୍ତି । ମନ୍ଦିର ସେବାୟତ ଏହି ବିରାଟ ମହମବତୀ କୁ ପ୍ରଜ୍ବଳନ କରିଥିଲେ ।ଏହି ମହମବତୀ କୁ ଦେଖିବାକୁ ଶ୍ରଦ୍ଧାଳୁ ଙ୍କ ବେଶ ଭିଡ଼ ଜମିଥିଲା । ଅପରପକ୍ଷ ରେ କାଳୀପୂଜା ଅବସରରେ ମା ମଙ୍ଗଳା ଙ୍କୁ ମହାକାଳୀ ବେଶ ରେ ସଜ୍ଜିତ କରାଯାଇଥିଲା। ଦୂର୍ଗା,ଲକ୍ଷ୍ମୀ ଓ କାଳୀ ମା ମଙ୍ଗଳା ଙ୍କର ହିଁ ଅନ୍ୟ ବେଶ ବୋଲି ବିଶ୍ୱାସ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ