ଗଣମାଧ୍ୟମ ପ୍ରତିନିଧି ଙ୍କୁ ଆକ୍ରମଣ ଅଭିଯୋଗ

ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ନୟାହାଟ ଅଞ୍ଚଳ ର ଗଣମାଧ୍ୟମ ପ୍ରତିନିଧି ହରେ କୃଷ୍ଣ ମହାନ୍ତି ଙ୍କୁ ସ୍ଥାନୀୟ ରଙ୍ଗତୋଟା ଗ୍ରାମ ର ଜଣେ ବ୍ୟକ୍ତି ନୟାହାଟ ସ୍ଥିତ କାଳୀ ପୂଜା ମଣ୍ଡପ ଠାରେ ମରଣାତ୍ମକ ଆକ୍ରମଣ କରି ତାଙ୍କ ବେକ ରୁ ସୁନା ର ଚେନ ଓ ତାଙ୍କ ପକେଟରେ ଥିବା ପ୍ରାୟ ୧୫ ହଜାର ଟଙ୍କା ଲୁଟ କରିନେଇଥିବା ନୟାହାଟ ଫାଣ୍ଡି ରେ ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ଶ୍ରୀ ମହାନ୍ତି ଏବେ ଚାରିଛକ ସ୍ଵାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି। ତୁରନ୍ତ ଅଭିଯୁକ୍ତ କୁ ଗିରଫ କରିବାକୁ ସାମ୍ୱାଦିକ ସଂଘ ପକ୍ଷରୁ ଦାବି କରାଯାଇଛି। ନହେଲେ ସାମ୍ୱାଦିକ ମାନେ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କ ରେ ନୟାହାଟ ଫାଣ୍ଡି ଅଧିକାରୀ କୁନାଲ କୁମାର ଙ୍କୁ ପଚାରିବାରେ ଗଣମାଧ୍ୟମ ପ୍ରତିନିଧି ଅଭିଯୋଗ କରିଛନ୍ତି ଓ ଘଟଣା ର ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ