ବିଭିନ୍ନ ସ୍ଥାନ ରେ କାଳୀ ପୂଜା

ନିମାପଡା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ନୟାହାଟ ଠାରେ ୧୩ ବାର୍ଷିକ ମା ଶ୍ୟାମକାଳୀ ପୂଜା ଧୁମ୍ ଧାମରେ ଅନୁଷ୍ଠିତ ହୋଇଥିଲା। ଉମେଶ ସିଂ, ଦୀପୁ ଦୁବେ, ଜ୍ଞାନ ରଞ୍ଜନ ପାତ୍ର, ମାନସ ମହାନ୍ତି, ରମେଶ ଭୋଇ, ରବିନ୍ଦ୍ର ଦାସ ଙ୍କ ତତ୍ବାବଧାନରେ ମାଟି ଅନୁକୂଳ, ମୂର୍ତ୍ତି ନିର୍ମାଣ, ମା ଙ୍କ ପ୍ରାଣ ପ୍ରତିଷ୍ଠା, ଭୋଗ ସମର୍ପଣ,ବିସର୍ଜନ ଆଦି ନିତିକାନ୍ତି ଅନୁଷ୍ଠିତ ହୋଇଥିଲା। ସୋମବାର ବିଳମ୍ବିତ ରାତି ରେ ମା ଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମା ଙ୍କ ମୂର୍ତ୍ତି କୁ ଶୋଭାଯାତ୍ରା ରେ ନିଆଯାଇ ପ୍ରାଚୀ ନଦୀ ରେ ବିସର୍ଜନ କରା ଯାଇଥିଲା। ସେହିପରି ପ୍ରେମାଚାଯ୍ୟ ବାବା ମଧୁସୂଦନ ଙ୍କ ପ୍ରତିଷ୍ଠିତ ସର୍ବଧର୍ମ ସମନ୍ୱୟ ର ପୀଠ ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର (ନୂଆ ମଠ) ଠାରେ କାଳୀ ପୂଜା ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଠାରେ ଏକତ୍ର ମା ଶ୍ୟାମାକାଳୀ ଓ ଦକ୍ଷିଣ କାଳୀ ପୂଜା ପାଇ ଆସୁଛନ୍ତି। ମା ଙ୍କ ନିକଟରେ ପହିଲି ଭୋଗ, ରାଜ ଭୋଗ ସଂଧ୍ୟା ରେ ପଣା ଭୋଗ ଲାଗି କରାଯାଇଥିଲା। ରାତ୍ର ୪ରେ କଖାରୁ ବଳି ପଡ଼ିଥିଲା। ମଠ ର ମୁଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମା ଙ୍କ ପୂଜା ଅନୁଷ୍ଠିତ ହୋଇଥିବାବେଳେ ବାବାଜୀ ବିବେକାନନ୍ଦ ଦାସ, କାଶୀନାଥ ଦାସ, ସେବିକା ସବିତା ଦାଶ, ବାସନ୍ତୀ ମା, ସବିତା ମା, ହର୍ଷ ମା, ଅନୁ ମା ପ୍ରମୁଖ ମା ଙ୍କ ସମ୍ମୁଖରେ ଭଜନ କୀର୍ତ୍ତନ କରିବା ସହ ପୂଜା ନୀତି ରେ ସାହାଯ୍ୟ ସହଯୋଗ କରିଥିଲେ।ସେହିପରି ନିମାପଡ଼ା ବ୍ଲକ ର ଭୋଦର ଓ ପୋଡପୋଡା ଠାରେ କାଳି ପୂଜା ଅନୁଷ୍ଠିତ ହୋଇଥିଲା। ଏହି ଅବସର ରେ ପୋଡପଡା ଠାରେ ମେଳା ବସିବା ସହିତ ମା ଙ୍କ ଭସାଣୀ ଉତ୍ସବ ସମୟ ରେ ଆତସବାଜି ପ୍ରଦର୍ଶନ କରା ଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ