ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ନୟାହାଟ ର ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର ( ନୂଆ ମଠ) ଠାରେ ଗିରି ଗୋବର୍ଦ୍ଧନ ପୂଜା ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଆଶ୍ରମ ର ମୂଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ତତ୍ବାବଧାନରେ ଶହ ଶହ ଭକ୍ତ ଙ୍କ ସମାଗମ ରେ ହରିବୋଲ ହୁଳହୁଳି ଶବ୍ଦରେ ସମାଧି ମନ୍ଦିର ରୁ ଗୁରୁଦେବ ଙ୍କ ଶ୍ରୀ ବିଗ୍ରହ ଓ ପାଦୁକା କୁ ଗିରି ଗୋବର୍ଦ୍ଧନ ପୀଠକୁ ଅଣାଯାଇଥିଲା। ସେଠାରେ ଗିରି ଗୋବର୍ଦ୍ଧନ ଙ୍କୁ ଷୋଡ଼ଶ ଉପଚାର ରେ ପୂଜା ଓ ବନ୍ଦାପନା ପରେ ବାବା ଙ୍କ ଲିଖିତ ଅମୃତମୟ କଥା ଓ ଗିରି ଗୋବର୍ଦ୍ଧନ ପୂଜା ର ମାହାତ୍ମ୍ୟ ପଦ୍ୟାଂଶ ଆକାର ରେ ଆବୃତ୍ତି କରାଯାଇଥିଲା। ବାବା ଦାମୋଦର ଦାସ ଙ୍କ ସହିତ ଏହି ପୂଜା ଉତ୍ସବ ରେ ସେବିକା ସବିତା ଦାସ, ସୁଶ୍ରୀ ଶକୁନ୍ତଳା ଦାଶ, ବାବାଜୀ ଅକ୍ଷୟ କୁମାର ଦାସ, ବାବାଜୀ ବିବେକାନନ୍ଦ ଦାସ, କ୍ଷୀରୋଦ ସ୍ଵାଇଁ, ଶ୍ରୀଚରଣ ସ୍ଵାଇଁ, ରାଜ କିଶୋର ସାହୁ, କୃଷ୍ଣ ଚନ୍ଦ୍ର ଓଝା, ଅନୁ ମା, ହରଶ ମା, ଶୁକ ମା, ଶାନ୍ତି ମା, କୁନି ଭକ୍ତ ରୁଦ୍ର ପ୍ରସାଦ ପ୍ରମୁଖ ଯୋଗଦାନ କରି ଶ୍ରୀ କୃଷ୍ଣ ଙ୍କୁ ସ୍ତୁତି କରିଥିଲେ। ଭକ୍ତ ଓ ଭକ୍ତା ମାନେ ମୁଣ୍ଡରେ ଜାମୁଡାଳ ବାନ୍ଧି, ଅଣ୍ଟାରେ ଗାମୁଛା ଭିଡ଼ି ଶ୍ରୀ କୃଷ୍ଣ ଙ୍କ ସମ୍ମୁଖ ରେ ଲଉଡିନୃତ୍ୟ ପରିବେଷଣ କରିଥିଲେ। ଏହି ନୂଆମଠ ରେ ବାର ମାସରେ ତେର ପର୍ବ ପର୍ବାଣୀ ଅନୁଷ୍ଠିତ ହୋଇଥାଏ ବୋଲି ଭକ୍ତ ପ୍ରୀତି ରଞ୍ଜନ ଦାସ ପ୍ରକାଶ କରିଛନ୍ତି।