ଶିଶୁମନ୍ଦିର ରେ ଶିଶୁ ଦିବସ ପାଳିତ
ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ନୟାହାଟ ନିକଟସ୍ଥ ଯୋଗେଶ୍ୱରପୁରଶିଶୁମନ୍ଦିର ଠାରେ ଆଜି ଶିଶୁ ଦିବସ ପାଳିତ ହୋଇଥିଲା। ଅବସରପ୍ରାପ୍ତ ପ୍ରଧ୍ୟାପକ କ୍ଷୀରୋଦ ଚନ୍ଦ୍ର ରାୟ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ଦିବସ ର ତାତ୍ପର୍ଯ୍ୟ ସମ୍ପର୍କ ରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଶିଶୁମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ପ୍ରଦ୍ୟୁମ୍ନ କୁମାର ନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସମ୍ପାଦକ ପ୍ରମୋଦ କୁମାର ଦାଶ, ସଭାପତି ବିଚିତ୍ରାନନ୍ଦ ପାତ୍ର, ଉପ ସଭାପତି ଦାମୋଦର ମିଶ୍ର ପ୍ରମୁଖ ଯୋଗଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଙ୍କ ସ୍ମୃତି ଚାରଣ କରିବା ସହିତ ଶିଶୁ ଦିବସ ପାଳନ ସମ୍ପର୍କ ରେ ଆଲୋକପାତ କରିଥିଲେ। ଶେଷରେ ପରିଚାଳନା ସମିତି କୋଷାଧ୍ୟକ୍ଷ ଅଶୋକ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।ଶିଶୁ ମନ୍ଦିର ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଘୋଷ ବାଦ୍ୟ ବଜାଯିବା ସହିତ ପଥ ସଞ୍ଚାଳନ କାର୍ଯ୍ୟ କରା ଯାଇଥିଲା। ଶିଶୁ ମନ୍ଦିର ର ସମସ୍ତ ଆଚାର୍ଯ୍ୟ ଓ ଆଚାଯ୍ୟା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।