ଏମକେସିଜି ଦିବ୍ୟାଙ୍ଗ ବିଦ୍ୟାଳୟରେ ଦିପାବଳୀ ଉତ୍ସବ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା ମୋହନା ବ୍ଳକର କଣ୍ଟେଇକୋଳି ଠାରେ ରବିବାର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର ଓ ମାନସିକ ଅନଗ୍ରସର ପକ୍ଷଘାତ ସ୍ବତନ୍ତ ବିଦ୍ୟାଳୟରେ ଦିପାବଳୀ ତଥା ଆଲୋକର ପର୍ବକୁ ଅତି ଆଡମ୍ବର ସହକାରେ ପାଳିତ କରାଯାଇଥିଲା ।ଉକ୍ତ ଉତ୍ସବରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତୀ ତଥା ଅନ୍ୟାନ୍ୟ କର୍ମଚାରୀ ଏବଂ ବିଦ୍ୟାଳୟର ପରିଚାଳନା କମିଟି ସମେତ ଶିକ୍ଷା କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ବୀର ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।ଛାତ୍ରଛାତ୍ରୀ ମାନଙ୍କର ଉତ୍ସବ ଓ ଆନନ୍ଦ ନିମନ୍ତେ ଏହି ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡାସି ସାହୁ ପ୍ରତ୍ୟେକ ଛାତ୍ର ଓ ଛାତ୍ରୀ ମାନଙ୍କୁ ମିଷ୍ଟାଣ୍ଣ ଓ ଆଲୋକ ବାଣ ପ୍ରଦାନ କରିଥିଲେ । ଏହି ଦୃଶ୍ୟ ଅତି ସୁନ୍ଦର ଓ ମନୋରମ ପରିବେଶ ଥିଲା ।